STORYMIRROR

Lalatendu Kabi

Inspirational Others

2  

Lalatendu Kabi

Inspirational Others

ସତ୍ୟ ଓ ମିଥ୍ୟା

ସତ୍ୟ ଓ ମିଥ୍ୟା

1 min
13.8K


ସତ୍ୟ-ଅସତ୍ୟ ନିତ୍ୟ ନିୟତ ରଣେ

ଆନନ୍ତ୍ୟ ପାଇଁ କେହି ଜିତେନା ଜଣେ ॥୧

ଅନେକ କାଳ ମିଥ୍ୟା କଲେ ଉତ୍ପାତ

କଦବା କ୍ଷଣେ ସତ୍ୟ କରେ ଆଘାତ ॥୨

ଏରୂପେ ମିଥ୍ୟା ଅନ୍ତେ ଆସିଲେ ସତ୍ୟ,

ଘଡିକେ ମିଥ୍ୟା ପୁଣି କରେ ରାଜତ୍ୱ ॥୩

ଚନ୍ଦ୍ରମା ପକ୍ଷେ ବଢି ଛିଡେ ଯେସନେ,

ଜଣକ ପରେ ଆନ ସିଂହ-ଆସନେ ॥୪

ଏହି ସମରେ ନାହିଁ ଆଦି କି ଅନ୍ତ,

ଅନ୍ତତଃ ସତ୍ୟ ଜିତେ କହ କେମନ୍ତ ?୫

ଘୂରି ମରନ୍ତି ସର୍ବେ ବର୍ତ୍ତୁଳ ପଥେ,

ସେଥିରେ ଶେଷ ତୁମ୍ଭେ ଦେଖ କେମନ୍ତେ ?୬

ଲେଖି ଯେ ଦେଉଅଛ ବହିରୁ ଘୋଷି,

ଆଖି ଦେଲ କି ରଖି ଚାଳରେ ଖୋସି ?୭

ଜୀବନେ କେବେ କହ ଦେଖିଛ ଥରେ,

ସତ୍ୟ ଜିତିଲା!, ମିଥ୍ୟା ଲୁଚିଲା

ଭୟେ ?୮

ମିଥ୍ୟାଠୁ ଯିବ ଖସି ହେଲେ ମରଣ,

ମୋର ଏ କଥା ଘୋଷି ରଖ ସ୍ମରଣ ॥୯

ଲଲାଟେନ୍ଦୁ କବି

୨୦୧୮୦୫୧୭୨୨୨୮

(ଆନନ୍ତ୍ୟ= ଅନନ୍ତ କାଳ, eternity)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational