STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ସତ୍ତାର ପାଇଁ ଦେଶ ବିରୋଧ

ସତ୍ତାର ପାଇଁ ଦେଶ ବିରୋଧ

1 min
194


ଯୁଦ୍ଧକ୍ଷେତ୍ର ହେଲା ପବିତ୍ର ଭାରତ

କୁରୁକ୍ଷେତ୍ର ପରି ଆଜି

ଗୁଲାମିର ଛାୟା ଯାଇ ନାହିଁ ଦେଶୁ

କାନ୍ଦେ ମାତୃଭୂମି ଆଜି।୧।


ଅନ୍ନଦାତା ଆଜି ଆନ୍ଦୋଳନ କରେ

ବିଦେଶୀ ଶକ୍ତିକୁ ଘେନି

ରାଜନୀତି ଦଳ ବିରୋଧ କରନ୍ତି

ଜୟଚନ୍ଦ ଗୁଟଙ୍କୁ ଘେନି ।୨।


ଛୋଟ କୄଷକଙ୍କ ଉନ୍ନତିର ମାର୍ଗ

ଦେଖା ଯାଉ ନାହିଁ କାରେ

କୋଟିପତିଙ୍କର ଆନ୍ଦୋଳନ ଦେଖ  

ଶତୃଙ୍କୁ ରଖେ ପାଖରେ।୩।  

          

ଦେଶ ଦେଖୁଅଛି ଉଜ୍ଜ୍ୱଳ ଭବିଷ୍ୟ

ଆତ୍ମନିର୍ଭରର ପାଇଁ

ଶତୃ ଲାଗିଛନ୍ତି ଦେଶର ବିରୋଧେ

ଦେଶର ଧୂମିଳ ପାଇଁ।୪।


ରାକ୍ଷସଙ୍କ ପରି ହୁଙ୍କାର ଭରନ୍ତି

ସତ୍ତାଟି ପାଇବା ପାଇଁ

ଭୁଲ ଅଛି କାହିଁ ନ କୁହନ୍ତି କେହି

କୄଷକ ମଙ୍ଗଳ ପାଇଁ।୫।


ବାର୍ତ୍ତାଳାପ କରି ସମାଧାନ ହୁଏ

ଜଟିଳ ସମସ୍ୟା ଦେଶେ

କୄଷକ ମଙ୍ଗଳେ କିଛି ତୃଟି ଥିଲେ

ଯୋଡିବା କାନୁନ ବେଶେ।୬।


ବାର୍ତ୍ତାଳାପେ ହୁଏ ସବୁ ସମାଧାନ

କଟୁ ସତ୍ୟ ଅଟେ ଏହା

ଆନ୍ଦୋଳନ ହୁଏ କାହା ପାଇଁ ଏବେ

ଦେଶ ବୁଝୁ ଅଛି ତାହା।୭।


ଜନତା ବୁଝୁଛି ଶତୃଙ୍କ ପ୍ରଳାପ

ଦେଖି ଲଜ୍ଜା ଲାଗେ ସର୍ବେ

ଜାଗିଉଠ ଏବେ ମାତୃଭୂମି ବୀର

ଲଜ୍ଜିତ ନ ହୁଅ ଭବେ।୮।


ଶକୁନି ମନ୍ତ୍ରଣା ଚାଲୁଅଛି ଦେଶେ

ସତ୍ତାର ପ୍ରାପ୍ତିର ପାଇଁ

ବିପଦ ସଂକେତ ଆବିର୍ଭୂତ ହୁଏ

ଦେଶକୁ ଭାଙ୍ଗିବା ପାଇଁ।୯।


ଏକତ୍ରିତ ହୁଅ ବୀର ଦେଶ ପୁତ୍ର

ସମୟ ଆସିଛି ଏବେ

ପ୍ରଖର ଶକ୍ତିରେ ବିରୋଧ କରିବା

ଧର୍ମ ଜୟ ହେବ ତେବେ।୧୦।


ସୁଖ ଶାନ୍ତି ଭକ୍ତି ପୁରି ଉଠୁ ଦେଶେ

କୄଷକଙ୍କ ହେଉ ମଙ୍ଗଳ

କୄଷିନୀତି ଦେଶେ ପୁରି ଉଠୁ ପୁଣି

ଦେଶର ହେଉ ମଙ୍ଗଳ।୧୧।


ଯୁଦ୍ଧକ୍ଷେତ୍ର ହେଲା ପବିତ୍ର ଭାରତ

କୁରୁକ୍ଷେତ୍ର ପରି ଆଜି

ଗୁଲାମିର ଛାୟା ଯାଇ ନାହିଁ ଦେଶୁ

କାନ୍ଦେ ମାତୃଭୂମି ଆଜି।୧୨।




Rate this content
Log in

Similar oriya poem from Tragedy