STORYMIRROR

Manorama Mohanty

Abstract

2  

Manorama Mohanty

Abstract

ଷାଠିଏ ପଉଟି

ଷାଠିଏ ପଉଟି

1 min
242

ଷାଠିଏ ପଉଟି ଭୋଗ ଖାଉ ଅଛ 

   ପେଟ ତୁମ ଦିଶୁନାହିଁ

ରତନ ବେଦୀରେ ବସିଅଛ ପ୍ରଭୁ 

   ଗୋଡ ତୁମ ଦିଶୁନାହିଁ

ବେତବାଡ଼ି ଧରି ପିଟାଉଛ କେତେ 

   ହାତ ଦୁମ ଦିଶୁନାହିଁ

ସୁନା ପଲଙ୍କରେ ଶୋଉଛ କେମିତି 

    ପଲକତ ପଡ଼ୁନାହିଁ

ତୁମେ ଅପରୂପ, ତୁମେ ଅନୁପମ, ତୁମର ଉପମା ନାହିଁ

  ଷାଠିଏ ପଉଟି ଭୋଗ ଖାଉଅଛ

ଯେତେ ଭୋଗ ତୁମେ ଖାଉଅଛ ପ୍ରଭୁ 

 ଫେରାଇ ଦଉଛ ସବୁ

ଯେତେ ରଗାଇଲେ, ହସୁଅଛ ସଦା 

  ନାଲି ଅଧରରେ ପ୍ରଭୁ

ତୁମରି ଗୁଣରୁ କାଣିଚାଏ ଦେଲେ 

   କୃତଜ୍ଞ ରହିବି ମୁହିଁ

   ଷାଠିଏ ପଉଟି ଭୋଗ ଖାଉଅଛ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract