ଷାଠିଏ ପଉଟି
ଷାଠିଏ ପଉଟି
ଷାଠିଏ ପଉଟି ଭୋଗ ଖାଉ ଅଛ
ପେଟ ତୁମ ଦିଶୁନାହିଁ
ରତନ ବେଦୀରେ ବସିଅଛ ପ୍ରଭୁ
ଗୋଡ ତୁମ ଦିଶୁନାହିଁ
ବେତବାଡ଼ି ଧରି ପିଟାଉଛ କେତେ
ହାତ ଦୁମ ଦିଶୁନାହିଁ
ସୁନା ପଲଙ୍କରେ ଶୋଉଛ କେମିତି
ପଲକତ ପଡ଼ୁନାହିଁ
ତୁମେ ଅପରୂପ, ତୁମେ ଅନୁପମ, ତୁମର ଉପମା ନାହିଁ
ଷାଠିଏ ପଉଟି ଭୋଗ ଖାଉଅଛ
ଯେତେ ଭୋଗ ତୁମେ ଖାଉଅଛ ପ୍ରଭୁ
ଫେରାଇ ଦଉଛ ସବୁ
ଯେତେ ରଗାଇଲେ, ହସୁଅଛ ସଦା
ନାଲି ଅଧରରେ ପ୍ରଭୁ
ତୁମରି ଗୁଣରୁ କାଣିଚାଏ ଦେଲେ
କୃତଜ୍ଞ ରହିବି ମୁହିଁ
ଷାଠିଏ ପଉଟି ଭୋଗ ଖାଉଅଛ