STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ସରିନି ଲଢେ଼ଇ

ସରିନି ଲଢେ଼ଇ

1 min
96


   ସରିନି ଲଢେ଼ଇ ଆହୁରି ବାକି

   ସମୟ ଚାହିଁଛି  ତରାଟି ଆଖି ।।

   ଅକାଳ ମରଣ କରୁଣ କଥା

   କରୋଣା ବଖାଣେ ବିଜୟ ଗାଥା ।।

   ପରାକ୍ରମୀକୁ ବି ପରାଣ ଭୟ

   ଆପଣା ଲୋକଙ୍କୁ କରେ ସନ୍ଦେହ ।।

   କାଳ ସାଥେ ଆଜି ଲଢୁଛି ଦେଶ

   କଟକଣାକୁ ତ ମାନିବା ଆସ ।।

   ହାତ ମୁହଁ ସଫା ମଣେ ଜରୁରୀ

   ସେହି ବାଟ ଦେଇ ପସେ ବଇରୀ ।।  

   ବାରବାର ଆମେ ହାତ ଧୋଇବା

   ବାହାରକୁ ଗଲେ ମାସ୍କ ପିନ୍ଧିବା ।।

   ଗହଳୀ ଠୁ ଆମେ ଦୂରେଇ ଯିବା

   ଦୂରତା ନୀୟମ ଆମେ ମାନିବା ।।

   କାମ ନାହିଁ ଯଦି କାହିଁ ନଯିବା

   ମାନିଲେ ଏତିକି ଆମେ ଜିତିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational