STORYMIRROR

Kabiratna Nutan Kumar Behera

Tragedy Action Thriller

3  

Kabiratna Nutan Kumar Behera

Tragedy Action Thriller

ସରିନାହିଁ କୁରୁକ୍ଷେତ୍ରର ଯୁଦ୍ଧ

ସରିନାହିଁ କୁରୁକ୍ଷେତ୍ରର ଯୁଦ୍ଧ

1 min
165

      


ସରିନାହିଁ କୁରୁକ୍ଷେତ୍ରର ଯୁଦ୍ଧ

ହୋଇ ଚାଲିଛି ତାର ପୁନରାବୃତ୍ତି

ଥରେ ନୁହେଁ ବାରମ୍ଵାର

ରୂପାନ୍ତର ହୁଏ କେବଳ ନାମରେ

ବ୍ୟକ୍ତି ବିଶେଷଙ୍କ ପାଖରେ ସ୍ଥାନରେ

ଅସ୍ତ୍ର ଶସ୍ତ୍ରରେ ଯନ୍ତ୍ର ମନ୍ତ୍ରରେ

ଏବେ ବି ଚାଲିଛି ଘମାଘୋଟ

ସେ ଯୁଦ୍ଧ କୁରୁ ପାଣ୍ଡବଙ୍କ ମଧ୍ୟରେ

କ୍ଷମତା ପ୍ରତିପତ୍ତି ପାଇଁ ଲଗାଇ ବାଜି

କାୟା ବିସ୍ତାର କରନ୍ତି ସବୁ

ଅହଂକାରୀ ଦୁର୍ଯ୍ୟୋଧନମାନେ

ସେହି ଗର୍ବ ଦମ୍ଭ ଆସ୍ଫାଳନ

ମାରନ୍ତି ବାହୁସ୍ଫୋଟ କରନ୍ତି ଚିତ୍କାର

ବିନା ଯୁଦ୍ଧେ ନ ଦେବାକୁ

ସୂଚାଗ୍ରେ ମେଦିନୀର ଅଂଶ

କରନ୍ତି ଶତେବାର ଶପଥ

ଶକୁନୀର କପଟ ପଶା ଖେଳ

କୁଟ କପଟତାର ମହା ଜାଲ

ମେଲାଇ ରଖିଛନ୍ତି ମାନସିକତାରେ

ଯାଜ୍ଞସେନୀମାନେ ହୁଅନ୍ତି

ନିରାଶ୍ରୟେ ନିର୍ଯ୍ୟାତିତା ଅପମାନିତା

ଲଜ୍ୟା ନିବାରଣ କରିବାକୁ

ରଥୀ ମହାରଥୀମାନେ ନିର୍ବାକ୍

ମଥା ନତ କରି ସହିଯାନ୍ତି ସବୁ

ମିଳେନା କିନ୍ତୁ ଆଜିର ଦୌପଦୀଙ୍କୁ

କୋଟି ବସ୍ତ୍ରର ସହାୟତା

ନ୍ୟାୟ ଅନ୍ୟାୟ ଧର୍ମ ଅଧର୍ମର ଦ୍ଵନ୍ଦ

ଧର୍ମର ସଂସ୍ଥାପନା ନିମିତ୍ତ

ଅସ୍ତ୍ର ନଧରି ବି ବାସୁଦେବ ଶ୍ରୀକୃଷ୍ଣ

ସାରଥୀ ହୋଇ ବୀର ଅର୍ଜୁନଙ୍କୁ

ଦିଅନ୍ତି କର୍ମଯୋଗର ଅମୃତ ଦିବ୍ୟଜ୍ଞାନ

ହସ୍ତିନାପୁରର ସୁରକ୍ଷା ନିମନ୍ତେ

ଦେବବ୍ରତମାନେ କରନ୍ତି ପ୍ରତିଜ୍ଞା

ନ୍ୟାୟ ଲାଗି ହୋଇ ଭୀଷ୍ମଦେବ

ଶୟନ କରନ୍ତି ଶାଣିତ ଶରଶଯ୍ୟାରେ

ବରଂ ନ ମିଳୁ ଇଚ୍ଛା ମୃତ୍ୟୁର ବର

ଅଭିମନ୍ୟୁମାନେ ପଡନ୍ତି ଚକ୍ରବ୍ୟୁହରେ

ସପ୍ତରଥୀମାନେ ସଂହାର

ଅମାନୁଷିକତାରେ ନିର୍ମମ ଭାବେ

ସରୁ ନାହିଁ ଏ ମହାଭାରତ ଯୁଦ୍ଧ

ଧର୍ମଜ୍ଞାନରେ ହୋଇ ଉଦବୁଦ୍ଧ

ପ୍ରତିବାଦ କରନ୍ତି ଦୁର୍ଯ୍ୟୋଧନମାନଙ୍କୁ

ସ୍ବର ଉତ୍ତୋଳନ କରି ରାଜ ରାସ୍ତାରେ

ଦିଅନ୍ତି ବିପ୍ଳବର ଡାକରା

ଚାଲେ ଯୁଦ୍ଧ ଧର୍ମ ଅଧର୍ମର

ନିଧନ ହୁଅନ୍ତି ଅଧର୍ମୀ ଯେତେ

ତଥାପି ଆସେ ନାହିଁ ଚେତନା 

କି ସତ୍ ଜ୍ଞାନର ହୁଏ ନାହିଁ ଉଦୟ

ଯୁଦ୍ଧ ଯୁଦ୍ଧ ଆଉ ଯୁଦ୍ଧରେ

ଆତଙ୍କିତ ହୋଇ ରହିଛି ବସୁଧା

ବିଭୀଷିକାମୟ ପାଲଟିଛି କୁରୁକ୍ଷେତ୍ର

ସତରେ ଏ ଯୁଦ୍ଧର ହେବନାହିଁ କି ଅନ୍ତ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy