ସପ୍ତ ମାତୃକା
ସପ୍ତ ମାତୃକା
ମାଆ ଲୋ ମମତାମୟୀ
ମାଆ ଲୋ ସିନେହମୟୀ
ସବୁଠୁ ନିଜର
ଭାରି ଆପଣାର
ମାୟା ସଂସାରେ ମୋ ପାଇଁ
ସପ୍ତ ମାତୃକା ରୂପ ତୁ ନେଇ
ମା ରୂପ ତୁ ନେଇ
କାମ କ୍ରୋଧ ଲୋଭ ମୋହ ମାୟାରେ
ମଣିଷ ନିଇତି ବାଇ
ଇର୍ଷା ପର ହିଂସା ନିଶା ରାକ୍ଷସ
ପଛେ ପଛେ ସେତ ଧାଇଁ
ମାଆ ହୋଇ ସାହା
କହିଦେଉ ରାହା
ଭଲବାଟେ ଯିବା ପାଇଁ
ସପ୍ତ ମାତୃକା ରୂପରେ ତୁହି
ମା ରୂପରେ ତୁହି
ବ୍ରହ୍ମା ଙ୍କର ସୃଷ୍ଟି ଦେବୀ ବ୍ରହ୍ମାଣୀ
ବିଷ୍ଣୁଙ୍କଠୁ ବଇଷ୍ଣବୀ
ମହେଶ୍ୱର ଙ୍କର ଦେବୀ ମାହେଶ୍ୱରୀ
ଇନ୍ଦ୍ରଙ୍କ ଠୁ ଇନ୍ଦ୍ରୀ ଦେବୀ
କାର୍ତ୍ତିକ କୌମାରୀ
ଚଣ୍ଡୀ ଯୋଗେଶ୍ୱରୀ
ବରାହ ବାରାହୀ ହୋଇ
ସପ୍ତ ମାତୃକା ରୂପ ଯେ ନେଇ ।
ମା ରୂପ ଯେ ନେଇ
ବ୍ରହ୍ମାଣୀ ରୂପରେ ମଦ ବିନାଶ
ବୈଷ୍ଣବୀ ରୂପରେ ଲୋଭ
କୋୖମାରୀ ଦିଅଇ ମୋହରୁ ମୁକ୍ତି
ବାରାହୀ ଯେ ଇର୍ଷା ଭାବ
କାମ ଯୋଗେଶ୍ଵରୀ
କ୍ରୋଧ ମାହେଶ୍ବରୀ
ଇନ୍ଦ୍ରୀ ହିଂସା ଦିଏ ଧୋଇ
ସପ୍ତ ମାତୃକା ରୂପେ ଲୋ ତୁହି
ମା ରୂପେ ଲୋ ତୁହି ।