STORYMIRROR

Abhiram Sahoo

Romance

2  

Abhiram Sahoo

Romance

ସପନର ମିଠା ରଙ୍ଗ

ସପନର ମିଠା ରଙ୍ଗ

1 min
14.2K


ଆପଣା ଇଚ୍ଛାରେ ଫୁଲ ଯେବେ ଫୁଟି

ମହକାଏ ଚଉଦିଗ

ଭଅଁର ମନରେ ଭରିଯାଏ କେତେ

ସପନର ମିଠା ରଙ୍ଗ ।୦।


ମଳୟେ ଝୁଲି ଝୁଲି ଫୁଲ ଖେଳେଦୋଳି

ଭଅଁର ଗୁଣୁ ଗୁଣୁ ଗାଏ ସୁର ତୋଳି

ଫୁଲ ତ ଜାଣି ଜାଣି କରେନାହିଁ ମନା

ଭଅଁର ମଧୁ ଛାଡି ଯାଏନାହିଁ ଜମା

ଦୁଇଟି ମନରେ ଭରିଦିଏ କିଏ

ପ୍ରଣୟର ଅନୁରାଗ

ସପନର ମିଠା ରଙ୍ଗ ।୧।


କଅଁଳ ପାଖୁଡାରେ ହସି ହସି ଫୁଲ

ଖୋଜୁଛି ଭଅଁରଠୁ ଆଉଟିକେ ଗେଲ

ଉଛୁଳା ମନେ ତା'ର କାମନାର ଢେଉ

ମରେନି ଶୋଷ ଯେତେ ଶୋଷିଲେ ବି ମହୁ

ମିଳନ ପିଆସୀ ମନରେ ଲାଗିଛି

କେତେ ଯେ ପ୍ରୀତିର ଦାଗ

ସପନର ମିଠା ରଙ୍ଗ ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance