STORYMIRROR

Manojkumar Mahunta

Inspirational

3  

Manojkumar Mahunta

Inspirational

ସ୍ଵପ୍ନ

ସ୍ଵପ୍ନ

1 min
229

 

ପାହିଗଲା ସୁଖରାତି ହେଲେ

        ସରିନି ମାେ ସ୍ଵପ୍ନ

ହଜିଗଲା ସେହିଦିନ ହେଲେ

         ଖୋଜୁଛି ଏ ମନ ।


ମୋ ଖୁସିର ସଂସାରେ ଲାଗିଲା

          କାହାର ନଜର

ଥିଲେ ଯିଏ ଆପଣାର ଆଜି

        ହେଲେ ସିଏ ପର।


ଯେଉଁଡାଳ ଧରୁଛି ମୁଁ ଆଜି

        ଭାଙ୍ଗୁଛି ସେ ଡାଳ

ସତେକି ସମୟ ମୋସାଥିରେ

         ଖେଳୁଛି ରେ ଖେଳ।


 କପାଳେ କିସ ଲେଖିଛି ବିହୀ

          କେପାରିବ କହି 

ନିଜ କର୍ମକୁ ଆଦରି ମୁଁହିଁ 

          ସବୁଯାଏ ସହି।


ସମର୍ପିଲି ପ୍ରଭୁ ପାଦପଦ୍ମେ 

         ନିଜ କର୍ମମାନ

ତବଇଚ୍ଛା ଯାହା ପ୍ରଭୁ ତୁମେ 

          ଦିଅ ଭଗବାନ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational