STORYMIRROR

Manojkumar Mahunta

Children

3  

Manojkumar Mahunta

Children

ମୋ ପିଲା ଦିନ

ମୋ ପିଲା ଦିନ

1 min
186


ହେ ସମୟ ତୁ ଫେରିଆ

ମୁଁ ଖୋଜୁଛି ମୋ ପିଲା ଦିନ

ଅବୁଝା ହୋଇଛି ମୁଁ ଆଜି

ବୁଝେନି ମୋ ଦୁଷ୍ଟ ମନ ।

କେଉଁ ରାଇଜରେ ଅଛି

ମୋର ସେହି ଦିନ

ଗୁହାରି କରୁଛି ହାତ ମୁଁ ଯୋଡ଼ୁଛି

ଫେରାଇ ଦେ ମୋ ସେହି ଦିନ ।

କେଡେ ସୁନ୍ଦର ମୋର ଛୋଟ ଗାଁ

ଅତି ଆପଣାର ମୋ ବାପା ମାଆ

ସାଙ୍ଗସାଥି ଆଉ ଧୂଳି ଖେଳ

ଜେଜେମା ସାଥିରେ ସେ ମଜା ବେଳ,

କେଉଁଠି ହଜିଲା ମୋ ପିଲା ଦିନ

ହେ ସମୟ ତୁ ଫେରାଇ ଦେ ମୋ ପିଲା ଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children