Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ସଫଳତାର ସ୍ୱପ୍ନ

ସଫଳତାର ସ୍ୱପ୍ନ

1 min
173



ସଫଳତା ସ୍ୱପ୍ନ ଦେଖିବା ପାଇଁକି

ଇଚ୍ଛା ଯଦି କରୁଥିବ ।

ଶୁଣ ତେବେ ତୁମେ କଅଣ କିପରି

ସେଇ ସ୍ୱପ୍ନକୁ ଦେଖିବ ।୧।

ଜୀବନରେ ତୁମେ ସଫଳତା ଲାଭ

ସପନ ଯଦି ଦେଖିବ ।

ସେଥିପାଇଁ ଯେଉଁ ପୁରୁଷାର୍ଥ ଲୋଡା

ସେ କଥାଟିିକି କରିବ ।୨।

ସଫଳ ହୋଇବି ନିଶ୍ଚିତ ଏଥିରେ

ଏପରି ସଙ୍କଳ୍ପ କର ।

ଅସଫଳ ହେଲେ କାହିଁକି ହୋଇଲ

ପର୍ଯ୍ୟାଲୋଚନା ତାହାର ।୩।

କରିବ ନିରାଶ ନହୋଇବ କେବେ

ସକାରାତ୍ମକ ମନରେ।

କରମର ଦୋଷ ବୁଝି ପ୍ରତିକାର

କର ସଠିକ ଢଙ୍ଗରେ ।୪।

ସଫଳତା ସ୍ୱପ୍ନ ପୂରଣ ହୋଇବ

ପ୍ରତିକାର ତାର କଲେ ।

ସୁନ୍ଦର ଏ ସ୍ୱପ୍ନ ସମସ୍ତେ ଦେଖନ୍ତୁ

ସଭିଏଁ ରହନ୍ତୁ ଭଲେ ।୫।



Rate this content
Log in

Similar oriya poem from Inspirational