Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

tikeshwar sahu

Inspirational Others

3  

tikeshwar sahu

Inspirational Others

ସଫଳତା

ସଫଳତା

1 min
239



ପାହାଚ ଉପରେ ପାହାଚ ଚଢ଼ିବା

ଏକ ସହଜାତ ପ୍ରବୃତ୍ତି,

ଯିଏ ଚଢ଼ିପାରେ ସଫଳ ପାହାଚ

ସଫଳତା ମିଳେ ଝଟତି |୧|

ସଫଳତା ପଛେ ନିଶ୍ଚିତ ନୀହିତ

କେଉଁ ଏକ ବଡ଼ ହାତ,

ସେ ହାତ ପରଶେ ମାଟି ହୁଏ ସୁନା

ଆଶ୍ଚର୍ଯ୍ଯରେ ହୁଏ ସତ |୨|

ଗୁରୁ ପିତାମାତା ପରାମର୍ଶଦାତା

ଏକ ଏକ ବଡ଼ ପାହାଚ ,

ଗୁରୁ ଆଶୀର୍ବାଦ ମହାନ ସମ୍ପଦ

ଦେଇଥାଏ ପଦ ଉଚ୍ଚ |୩|

ମଣିଷ ଭିତରେ ମଣିଷ ପଣିଆ 

ଏକ ଦେବଦତ୍ତ ଦାନ,

ସଫଳତା ଆଣେ ମଣିଷ ପଣିଆଁ

ଗୁଣ ଗୋଟି ଅଟେ ମହାନ |୪|

ସାଧନାରେ ଧ୍ୟାନ

ହୋଇବ ମଗନ

ଏକ ଲକ୍ଷ୍ୟ ଏକ ମନ,

ଲକ୍ଷ୍ୟ ଯେତେ ଦୂର ହୋଇଥାଉ ପଛେ

ସଫଳତା ମିଳେ ଦାନ |୫|

ଯିଏ ହାରିଯାଏ ସିଏ ମରିଯାଏ

ବିଫଳ ତାହାର ଲକ୍ଷ୍ୟ,

ଜିଇଁଥାଉ ସିଏ ସମାଜେ ମରଇ

ଶୃଗାଳ ଶାଗୁଣା ଭକ୍ଷ୍ୟ |୬|

ଯେବେ ବକଧ୍ୟାନ ନିଦ୍ରାଯିବ ଶ୍ବାନ

ଜୀବନର ମହାଗତି,

ବ୍ରାହ୍ମ ମୁହୂର୍ତ୍ତରୁ ନିଦ୍ରା ତ୍ୟାଗ କରି

ଆବୋରିବ ଚର୍ଯ୍ୟା ରୀତି |୭|

ଆଶ୍ରା କରିଥିବ ପୁଣି ମହାବାହୁ 

ବଟବୃକ୍ଷ ପରି ଜନେ,

ଅବଶ୍ୟ ସଫଳ ବାଟ ବତାଇବେ

ଜ୍ଞାନ ଭରିଦେବେ ମନେ |୮|

ମହତ ଚିହ୍ନଇ ମହତ ପଣିଆଁ

ଗୁଣୀ ଚିହ୍ନଇ ଗୁଣିଆ,

ମହତ ଜନରେ ସଙ୍ଗବାସ କଲେ

ଜ୍ଞାନ ମିଳେ ବଡ଼ ପଣିଆଁ |୯|

ସଫଳତା ମିଳେ ପ୍ରଭୁ ଧ୍ୟାନ କଲେ

ଜ୍ଞାନ କର୍ମ ଯୋଗ କରି,

ଅପାର ଆନନ୍ଦ ସୌଭାଗ୍ୟ ବିନୟ

ସଫଳତା ପ୍ରାପ୍ତି ହୋଇ |୧୦|


Rate this content
Log in

Similar oriya poem from Inspirational