ସଂସଦ ମନ୍ଦିର, ନାହିଁ ସିନେମା ଘର
ସଂସଦ ମନ୍ଦିର, ନାହିଁ ସିନେମା ଘର
ଚିତ୍କାର କାହିଁକି ତୋହର କରୁ ତୁ ସଂସଦରେ
ଜନତା ଦେଖୁଛି ତାଣ୍ଡବ କାହିଁ ପାଇଁ କରୁରେ !!
ନାହିଁ ମୂର୍ଖ ଆଉ ଜନତା ଦେଖୁ ଅଛି ନେତ୍ରରେ
ରାଷ୍ଟ୍ର ହିତେ କାର୍ଯ୍ୟ କରୁଛି କେଉଁ ଆଜି ପାର୍ଟିରେ
କାହିଁକି ଠିଆ ତୁ ହେଉଛି ଭ୍ରଷ୍ଟାଚାରୀ ସଙ୍ଗରେ
ଟଙ୍କା ନେଇ କେଉଁ ସଂସଦପଚାରୁଛି ପ୍ରଶ୍ନରେ !!
କାହିଁକି କରୁ ସମର୍ଥନ କେଉଁ ତୋ ଉଦ୍ଦେଶ୍ୟରେ
ମୂର୍ଖ ନାହିଁ ଆଉ ଜନତା ସବୁ ବୁଝୁ ଅଛିରେ !!
ଅମୃତ ଏ କାଳ ଆସିଛି ଜ୍ଞାନ ନାହିଁ କିମ୍ପା ରେ?
ରାମରାଜ୍ୟ ପରି ଶାସନ, ନୂଆ ଆଜି ରାଷ୍ଟ୍ରରେ !!
ଭ୍ରଷ୍ଟାଚାର କରି ସଞ୍ଚିତ କୋଟି କୋଟି ଟଙ୍କାରେ
କରିବ କି କହ କଲ୍ୟାଣ ନେତାହୋଇ ରାଷ୍ଟ୍ରରେ !!
ଧରା ପଡ଼ୁ ଛନ୍ତି ଶାସନେ ପ୍ରଜା ଯେ ଆଚମ୍ବିତ
କି ଅବା ଭ୍ରଷ୍ଟାଚାରୀ ସେହୁ ହୁଅନ୍ତି ଏକତ୍ରିତ !!
ତାଣ୍ଡବ ଦେଖନ୍ତି ଜନତା ଚିହ୍ନୁ ଛନ୍ତି ତାହାକୁ
ତା'ର ତିରସ୍କାର ଅବଶ୍ୟ କୁହେ କିଏ କାହାକୁ !!
ଗଣିବା ପାଇଁ କି ଟଙ୍କାକୁ ଅସମ୍ଭବ ହେଉଛି
ଭ୍ରଷ୍ଟାଚାର କରି ଅର୍ଜିତ ଧନ ଜନ ଦେଖୁଛି !!
ନୂଆ ଏ ଭାରତ ସାଜିଛି କାଳ ଅମୃତ ପୁଣି
ଜୟଚନ୍ଦ ଭ୍ରଷ୍ଟାଚାରୀଙ୍କ ନାଶ ଚାଣକ୍ୟ ବାଣୀ !!
ରାଷ୍ଟ୍ର ପ୍ରତି ଭକ୍ତି କାହାର ପ୍ରଜା ସବୁ ଦେଖୁଛି
କିଏ ସେ କରୁଛି କଲ୍ୟାଣ ତାହା ଜନ ଜାଣୁଛି !!
ଯୁଗ ଡିଜିଟାଲ ହୋଇଛି ନେତ୍ରେଦେଖେ ଜନତା
ନେତା ଗତିବିଧି ଜାଣୁଛି ପ୍ରଜା ଆଜିରେ ଜ୍ଞାତା !!