STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Others

ସଂସାର ସାର

ସଂସାର ସାର

1 min
14K


କୁନା କାନ୍ଦେ କୁନି କାନ୍ଦଇ

ଟୋପା ଟୋପା ଲୁହ ଝରାଇ

ପୂବେଇ ବାଦଲରୁ ବାରି

ଆସିଲା ଯେବେ ଝରି ଝରି

ଅଦିନ ବରଷା ଝଡରେ

ବାଇ ଚଡେଇଟି ନିଡରେ

ପାଳିଥିଲା ଯା ଯତନରେ

ଖସି ପଡିଲା ଅବେଳରେ

ଛପି ବସିଥିଲା ବିରାଡି

ଖାଇଥାନ୍ତା ବେକ ମୋଡି

ଧରି ଯତନେ ଟିକିଟିକି

ରଖିଦେଇ ଚାହିଁ ଚାହିଁକି

ଝୁଲାଇ ଶିକାରେ ଯତନେ

ରଖିଲେ ପଳାଏ ମଉନେ

ଦୂରରୁ ଦେଖି ଏଇ କଥା

ବାଇ ଚଢେଇ ପୋତି ମଥା

ହେଉ ପଶୁ ବା ପକ୍ଷୀ ଦୁଃଖ

ନହେଉ କାହା ପ୍ରତି ବିମୁଖ

କରିଲା ବୋଧେ ସ୍ୱିକାର

ଆଣିଲା ତୁରିତ ଆହାର

ପିଲାଙ୍କୁ ଦେଖି ଆନନ୍ଦରେ

କାକଳି କଲା ଉଚ୍ଚ ସ୍ୱରେ

କୁନା କୁନି ହୋଇଲେ ଖୁସି

ରହିଲେ ଦୂରେ ଧୀରେ ବସି

ପକ୍ଷୀ ଶାବକ ମା’ ତୁଣ୍ଡୁ

ଖାଇ ଆହାର ଉଣ୍ଡୁ ଉଣ୍ଡୁ

କୁନା କୁନି ଚାଲିଲେ ଘର

ଏ ପ୍ରଥା ଜୀବନ ବେଭାର

କରେ ଯେ ପର ଉପକାର

ସେହି ତ ସଂସାରରେ ସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational