STORYMIRROR

Sandhyarani dash

Children

3  

Sandhyarani dash

Children

ସଂକଳ୍ପ

ସଂକଳ୍ପ

1 min
153

ଜୀବନରେ ତୁମେ ସଫଳ ପାଇଁକି

ସଂକଳ୍ପ କରିବ ମନ

ନିତି ନିୟମରେ ଚାଲୁଥିବ ସଦା

ହୋଇବ ନିଶ୍ଚେ ମହାନ।


ଆତ୍ମବିଶ୍ୱାସକୁ ହୃଦୟରେ ରଖି

ଉଚିତ୍ ପଥରେ ଯିବ

ଅକ୍ଷମକୁ ଭୁଲି ସକ୍ଷମ ଜାବୁଡ଼ି

ହତାଶ କେବେ ନ ହେବ।


ଧରାରେ ଯେ ଲୋକ ରଖିଛନ୍ତିନାମ

ଆତ୍ମବିଶ୍ୱାସର ବଳେ

ଅସମ୍ଭବ ସବୁ ସମ୍ଭବ ହୋଇଛି

ସୁନ୍ଦର ଏ ମହୀ ତଳେ।


ଭଗବତ ଗୀତା ବିଶ୍ୱାସ ରଖିବ

ଏହିତ ନିରାଟ ସତ୍ୟ

ଚରାଚର ବିଶ୍ଵ ସର୍ଜନା ତାଙ୍କର

ମାଲିକ ହେଉ କି ଭୃତ୍ୟ।


ତାଙ୍କରି ଆଶିଷେ ସଭିଏଁ ସଫଳ

ସାରଳା ଦାସ ପ୍ରମାଣ

ଦିବ୍ୟ କୃପା ଯାର ଉପରେ ପଡ଼ଇ

ସେହି ହୁଏ ମହୀୟାନ।


କଠିନ ଶ୍ରମଟି ଦିଏ ସଫଳତା

ଏ କଥା ଅନ୍ୟଥା ନାହିଁ

ଲକ୍ଷ୍ୟ କରି ସ୍ଥିର ହୁଅ ଅଗ୍ରସର

ଜୀବନେ ହାରିବ ନାହିଁ।


ବାଦଲ ଉହାଡ ଲୁଚି ରହି ଥାଏ

ଇନ୍ଦ୍ରଧନୁ ବର୍ଣବିଭା

ବିଫଳତା ପଛେ ଲୁଚି ରହି ଥାଏ

ସଫଳତା ମନଲୋଭା।


ମନରେ ରଖିଥା ନୂତନ ସଂକଳ୍ପ

ହୋଇବାକୁ ଅଗ୍ରସର

ଯିବ ଅପସରି ଅନ୍ଧକାର ଅରି

ଆଲୋକ ଜୀବନ ଭରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children