STORYMIRROR

Subhalaxmi Nayak

Comedy

3  

Subhalaxmi Nayak

Comedy

ସନିଆ ଭାଇ

ସନିଆ ଭାଇ

1 min
171

ସନିଆ ଭାଇ 

କିଛି କରନ୍ତି ନାହିଁ

ଖାଇ ଖାଇ ସର୍ବଗିଳା ସେ

ଖୋଜେ ବାଟ ନ ଚାଲି ପାରନ୍ତି

ଅଳସୁଆ ସୁସ୍ଥିଆ ହୋଇ 

ଖଟିଆ ଉପରେ

ଦିନ ଯାକ ଯେ ସେମିତି ପଡ଼ିଥାନ୍ତି।


ଭେଣ୍ଡା ଯୁବକର କାମକୁ ଡ଼ର

କାମ ନାଁ ଶୁଣି ଆସେ ତାଙ୍କୁ ଜର

ଭୋଜି ଖାଇବାକୁ ଖାଲି ଆଗଭର

ଗାଳି ଦେଲେ କେହି ଶୁଣନ୍ତି ନାହିଁ

ବାହାଦୂରିଆ ଖାଲି କଥା ତାଙ୍କର।


ଏମିତି ଏମିତି ଦିନ ବିତୁଥାଏ

ସନିଆ ଭାଇଙ୍କୁ ଧରିଲା ରୋଗ

ଡାକତର ପାଖେ ଧାଇଁ ଯାଆନ୍ତି

ଡାକ୍ତର ସାରେ ଲେଖି ଦିଅନ୍ତି


ଏବେ ଠୁ ଖାଇବା କମ୍ ନ କଲେ

ଦେହ ଖଟେଇ କାମ ନ କରିଲେ

ଅଳପ ଆୟୁଷ ହୋଇଯିବ ଯେବେ

ନାନା ବେମାରୀ ଦେହେ ଘର କରିବ ସେବେ


ସନିଆ ଭାଇ ଝାଳନାଳ ହୋଇ

ଡରି ମରି ବ୍ୟାୟାମ କରନ୍ତି ଯାଇ

ସନ୍ତୁଳିତ ଖାଦ୍ୟ ନିୟମିତ ଖାଇ

ଅଳପ ଦିନରେ ସୁନ୍ଦର ସ୍ୱାସ୍ଥ୍ୟ ପାଇ


ସାଙ୍ଗ ସାଥି ଦେଖି ଆଶ୍ଚର୍ଯ୍ୟ ହେଲେ

ସନିଆର ନିଦ ଭାଙ୍ଗିଲା ଯେ ବେଳେ

ନଇଲେ ବୟସ ଥାଉ ଥାଉ ରୋଗେ

ସନିଆ ଅକାଳେ ଯାଇଥାଆନ୍ତା ସ୍ୱର୍ଗେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy