STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ସଙ୍କଳ୍ପ ନେବା ଆସ

ସଙ୍କଳ୍ପ ନେବା ଆସ

1 min
303


ସଙ୍କଳ୍ପ ନେବା ଆସ 

ସଂଗ୍ରାମୀ ହେବା ଆସ

 ଆମ ଅଧିକାର ଆମରି ବିକାଶ

 ଲଢେ଼ଇ ରେ ଦେବା ଝାସ ....।


 ଆମ ଏଇ ମାଟି ସୁଜଳା ସୁଫଳା

 ରତ୍ନ ଗରଭା ଭୂଇଁ

 କେତେ ନଦନଦୀ ବହି ଯାଉଛନ୍ତି

 ଏ ମାଟିର ବୁକୁ ଛୁଇଁ

 ପାଣି ଅଛି ହେଲେ ପିଇବା ପାଣିର

 ଅଭାବ ବଢାଏ ଶୋଷ

 ଲଢେ଼ଇ ରେ ଦେବା ଝାସ ...।


  ଯାହା ମିଳୁଥିଲା ସୁବିଧା ସୁଯୋଗ

  ସବୁତ ଛଡାଇ ନେଲ

  ବିକାଶ ର ସ୍ବପ୍ନ ଦେଖୁଥିଲୁ ଆମେ

  ଏବେ ନିତି କଲବଲ

  ଆମେ ଲୁହ ଢାଳୁ ଆମ ସମ୍ପଦରେ 

  ବିଦେଶୀ ଓଠରେ ହସ

  ଲଢେ଼ଇ ରେ ଦେବା ଝାସ ....।


  କେତେ ଦିନ ସାଥୀ ଆନ୍ଧାରୀ ମୁଲକେ

  ଆମେ କାଟୁ ଥିବା ଦିନ

  ଆମ ଦାବି ପାଇଁ ଲଢିବା ଆସରେ

  ହୋଇ ଆମେ ଏକ ମନ

  ନହେଲେ ଏକାଠି ଖଟୁଥିବା ବେଠି

  ଆମେ ଯାଇ ପର ବାସ

  ଲଢେ଼ଇ ରେ ଦେବା ଝାସ ......।


  ବିସ୍ଥାପିତ ହୋଇ ଦାଦନ କୁ ଯିବା

  ସପନ ହଜେଇ ଦେଇ

  ଆମରି ମାଟିରେ ଅୟସ କରିବେ

  କମ୍ପାନୀ ମାଲିକ, ଭାଇ !

  ଏଇଠି ବଞ୍ଚିବା ବଞ୍ଚିତ ହେବାନି

  ପଣକରି ଆଜି ଆସ

  ଲଢେ଼ଇ ରେ ଦେବା ଝାସ .....।।


Rate this content
Log in

Similar oriya poem from Inspirational