Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ସ୍ନାନ ବେଦୀରେ ମହାପ୍ରଭୁ

ସ୍ନାନ ବେଦୀରେ ମହାପ୍ରଭୁ

1 min
346



ସୁନ୍ଦର ସ୍ୱତନ୍ତ୍ର ଲୀଳାରତ ଏବେ

ଦେଖ ସ୍ନାନ ବେଦୀ ପରେ ।

ବିଜେ ଜଗନ୍ନାଥ ଜଗତ କରତା

ଭାଇ ଭଉଣୀ ସଙ୍ଗରେ ।

ଘେନି ସୁଦର୍ଶନ ରୁନ୍ଧା ହେଲେ ସର୍ବେ

ଆସିଛନ୍ତି ପହଣ୍ଡିରେ ।

କରିବେ ସ୍ନାହାନ ଶହେଆଠ ଗରା

ସୁନାକୂଅର ଜଳରେ ।

ଆଜି ପରା ଜନ୍ମ ମହାପ୍ରଭୁଙ୍କର

ଜ୍ୟେଷ୍ଠ ପୂର୍ଣ୍ଣମୀ ତିଥିରେ ।

ହେବ ଅବକାଶ ପରେ ହାତୀବେଶ

ଦେଖିବେ ଜନେ ନେତ୍ରରେ ।

ପୂରୁବ ଦିନରୁ ସୁନାକୂଅ ଜଳ

ହୋଇଛି ଅଧିବାସିତ ।

କର୍ପୂର ଚନ୍ଦନ ଜାତିଫଳ ଆଦି

ରହିଛି ହୋଇ ମିଶ୍ରିତ ।

ସୁବାସିତ ଜଳ ଆଣି ଗରାବଡୁ

ବଳଭଦ୍ରଙ୍କୁ ତେତିଶି ।

ଜଗନ୍ନାଥ ପଞ୍ଚତିରିଶି ସୁଭଦ୍ରା

ମାତାଙ୍କୁ ଗରା ବାଇଶି ।

ଅଠର ଗରା ସୁଦର୍ଶନଙ୍କ ପରେ

ଢାଳିବେ ହୋଇ ହରଷ ।

ଗଜପତି ଛେରା ପହଁରା ସାରିବେ

ସ୍ନାନ ବେଦୀରେ ବିଶେଷ ।

କରିବେ ଆଳତି ହେବେ ନିଉଛାଳି

ଜଗତ ଜନଙ୍କ ହିତେ ।

ଗଜାନନ ବେଶେ ଦରଶନ ଦେବେ

ଭକ୍ତପ୍ରିୟ ଜଗନ୍ନାଥେ ।

ଜଗନ୍ନାଥ ହେବେ କଳାହାତୀ ବେଶ

ବଳଭଦ୍ର ଧଳାହାତୀ ।

ଯେଉଁ ବେଶ ପୂର୍ବେ ଦରଶନ କଲେ

ଭକ୍ତ ଭଟ୍ଟ ଗଣପତି ।

ହୋଇବ ପୂଜନ ଦେଇ ଦରଶନ

ମହାପ୍ରଭୁମାନେ ମୋର ।

ଗୋଟି ପହଣ୍ଡିରେ ଯିବେ ଫେରି

ଜ୍ଵର ହେବ ଅଣସର ଘର ।

ଧନ୍ୟ ମହାପ୍ରଭୁ ଭକତ ହିତରେ

ହେଲ ଗଜାନନ ବେଶ ।

ସ୍ନାନ ବେଦୀ ପରେ ଦେଲ ଦରଶନ

ଭକତେ ହୋଇଲେ ତୋଷ ।


Rate this content
Log in

Similar oriya poem from Abstract