STORYMIRROR

Ashisa Kumar Das

Abstract

3  

Ashisa Kumar Das

Abstract

ସମୟର ଚଲା ବାଟେ

ସମୟର ଚଲା ବାଟେ

1 min
307


ହାରି ଯାଉଥିଲି ହାରିବି ଯାଉଛି

ଏମିତି କା କେତେ ବାଟେ

ବିଜୟ ହୋଇ ବି ପରାଜୟ ଦେଖେ

ସମୟ ର ଚାଲା ବାଟେ l


ବିଜୟର ଆସା ଲାଗେ ଫିକା ଫିକା

ହାରିବାକୁ ଭଲ ଲାଗେ

ଜାଣିନି କେମିତି ମୁଣ୍ଡ ନଇଁ ଯାଏ 

ସମ୍ପର୍କୀୟ କଥା ଆଗେ l


ପ୍ରେମର ସମ୍ପର୍କ ଏତେଯେ ମଧୁର

ବିଶ୍ଵାସରେ ଥାଏ ଭରି 

ମୁଣ୍ଡ ନଇଁ ଗଲେ ପରାଜୟ ହେଲେ

ମଜା ଲାଗୁଥାଏ ଭାରି l


ବନ୍ଧୁତ୍ୱ ପାଖରେ ମୁଣ୍ଡ ନଇଁଗଲେ 

ବନ୍ଧୁତ୍ୱ ହୁଅଇ ଟାଣ

ସବୁ ମାନ ବାଦ ଭୁଲି ଅପବାଦ 

ରଖହେ ବନ୍ଧୁତ୍ୱ ପଣ l


ବିବେକର କଥା ନହୁଏ ଅନ୍ୟଥା

ବିବେକ ରଖଇ ମାନ

ବିବେକ ଆଗରେ ନଇଁଗଲେ ମଥା

ବଢିଯାଏ ସନମାନ l


ଜୀବନର ସବୁ ମାନ ହାରିଯାଏ

ଟଙ୍କାର କବଳେ ଆଜି

ହୋଇଲେବି ସତ ହୋଇଯାଏ ମିଛ 

ଟଙ୍କା ମାରିଯାଏ ବାଜି l


ମରଣର ଆଗେ କେହି ରହିନାହିଁ

ରହିବେତ କେହି ନାଇଁ

ସରବେ ନିଜର ମୁଣ୍ଡକୁ ନୁଆଇଁ

ଶାନ୍ତିରେ ଛୁଇଁବେ ଭୂଇଁ l




Rate this content
Log in

Similar oriya poem from Abstract