STORYMIRROR

Bijayalaxmi Pattanaik

Inspirational

3  

Bijayalaxmi Pattanaik

Inspirational

ସମୟ

ସମୟ

1 min
12.1K

ସମୟ ଏ ସମୟ ବି ଫେରିଯିବ

ସାଥେ ଧରି ଅନେକ ଜୀବନ

ଚିହ୍ନ ଖାଲି ରହିଯିବ ଅକସ୍ମାତ୍

ଆସିଥିବା ଇତିହାସ ରଚିଥିବା

ମୃତ୍ୟୁ ବିଭୀଷିକା ପୁଣି ଫେରିବ

ବସନ୍ତ ନିଦାଘ ବି ପସରା ମେଲିବ

ଡହ ଡହ ନିଆ ଫୁଲ କିଛି

ନଜାଣିଲା ପରି ହସିବ

ଡାଳରେ ସବୁକିଛି ସ୍ବାଭାବିକ

ହେବାପରେ ଆକାଶକୁ

ଏ ମଣିଷ ନିଶୁଣି ବାନ୍ଧିବ

ସାମାନ୍ୟ କ୍ଷୁଦ୍ର ଭୂତାଣୁଟେ

ମୃତ୍ୟୁ ଲୀଳା ରଚିଗଲା ପରେ

ଅସ୍ତ୍ରଶସ୍ତ୍ର ଖୋଜାଖୋଜି ହେବ

କାହାରିକୁ ଭାବିବାକୁ ସମୟ ନଦେଇ

ପୁଣି ଗୋଟେ ସକାଳ ଆସିବ

ବସୁଧୈବ କୁଟୁମ୍ବକମ୍ ଭାରତର

ଗୂଢ ମନ୍ତ୍ର ପୃଥିବୀ ଜପିବ

ଅସହିଷ୍ଣୁ ହୋଇ ପୁରସ୍କାର ଫେରାଉଥିବା

ଜ୍ଞାନୀ ଜନମାନେ ମୁହଁ ଜାକି ବସିଥିବେ

ଆଉ କୋଉଦେଶ

ତାଙ୍କ ପାଇଁ ଯିବାକୁ ଅଛିଯେ !

ଏଇଠି ଜନମ ଏଇଠି ମରଣ

ଏଇ ସେଇ ଦେବଭୂମି 

ପୃଥିବୀକୁ ଯୁଗେଯୁଗେ କରିବ ତାରଣ ।

କରୋନାର ଗୂଢ ତତ୍ତ୍ବ

ଅନ୍ତରାଳେ ଲୁଚିଛି ଶାନ୍ତ ଆଉ ସମୃଦ୍ଧ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational