କରୋନା
କରୋନା


ହେ କରୋନା, ଧନ୍ୟବାଦ ଡେଣାମେଲି ଘୋଟିଗଲ ଏ ସାରା ପୃଥିବୀ ମାନବର ଗର୍ବ ଦମ୍ଭ ଅଭିମାନ ଚୂର୍ଣ୍ଣ କଲ କ୍ଷଣିକ ମଧ୍ୟରେ କିଏପଠାଇଲା ଏହି ଧରାପରେ କିଏ ସେହି ସର୍ବ ଶକ୍ତିମାନ ! ଅସ୍ବୀକାର କରୁଥିଲା ଏ ମଣିଷ ନିଜକୁ ସେ ଭାବୁଥିଲା ସବୁଠୁ ମହାନ୍ ଏ ପୃଥିବୀ ଆଜି କିଆଁ ନିରବ ନିସ୍ତବ୍ଧ ସକାଳରୁ ସଞ୍ଜ ଯାଏ ଧାଉଥିବା ମନୁଷ୍ୟକୁ କରିଦେଲା ସ୍ତବ୍ଧ ଅସୁମାରୀ ଉଦ୍ଭାବନ ବିଗ୍ୟାନର ନଭଶ୍ଚୁମ୍ଭୀ ଆବିଷ୍କାର ଯେତେ କିଏ ସେହି ମହାଶକ୍ତି ରୋକିଦେଲା ଅସ୍ତବ୍ୟସ୍ତ ବିଷର୍ଣ୍ଣ ମାନବ ବାହାସ୍ଫୋଟେ ଖୋଲିଥିଲା ଯେତେକ ବିପଣୀ ଭାବୁଥିଲା ହାତମୁଠା ଭିତରେ ରଖିବ ସର୍ଜନାର ନିରବ ବିନ୍ଧାଣି ସେହି ଯେ ଚୈତନ୍ୟଶକ୍ତି ପୃଥିବୀର ଲୋମକୂପେ ବିରାଜିତ ସଦା ଜୀବ ଆତ୍ମା ପରମାତ୍ମା ଦେଖାଯାଏ ଅଲଗା ଅଲଗା ଏକ ବ୍ରହ୍ମଗ୍ରନ୍ଥି ସର୍ବତ୍ର ଗ୍ରନ୍ଥିତ ଦୃଶ୍ୟମାନ ଜଗତର ଅଦୃଶ୍ୟ ପଟଳେ ରହି ସବୁକିଛି କରେ ନିୟନ୍ତ୍ରିତ ପୃଥିବୀର ବୁକୁ ଚିରିଚିରି ପଠାଇ ବି ପାରେ ମହାମାରୀ କରୋନା ଓ ଫନି ଅଗଣିତ ଅନ୍ୟାୟ ଓ ଅତ୍ୟାଚାର ପ୍ରତିରୋଧ କରି ସoସାରକୁ ରଖେ ସୁରକ୍ଷିତ କେତେ କ୍ଷୁଦ୍ର ଏ ମଣିଷ ଏ ସାରା ସoସାରେ ଅଗ୍ୟାନ ସେ ବୁଝି ତ ନପାରେ କ୍ଷମାକର ମାନବର ଦାନବସତ୍ତାକୁ ରକ୍ଷାକର ତୁମର ଏ ସୁନ୍ଦର ବିଶ୍ବକୁ।