STORYMIRROR

Bijayalaxmi Pattanaik

Abstract

3  

Bijayalaxmi Pattanaik

Abstract

ହେ ଚକ୍ରଧର

ହେ ଚକ୍ରଧର

1 min
240

ହେ ଚକ୍ରଧର 

ପକ୍ଷୀ ଜନ୍ମରୁ ପାରିକର !

ତମେ ଆତ୍ମା ପରମ ଇଶ୍ବର

ନାଚିନାଚି ଆସତୁମେ ବକୁଳ ଆସିଲେ

ହାତେ ଧରି ସମ୍ମୋହନ ବଂଶୀ

ହସି ହସି ଆସ ତୁମେ ଜଗତ ହସାଇ

ପଳାଶରେ ରଙ୍ଗ ଲେପି

ଚହଟାଇ ହେନା ମଲ୍ଲୀ ବାସ

ଆନନ୍ଦର ଉତ୍ସ ତୁମେ

ଜୀବର ଜୀବନ କୃଷ୍ଣାର ରକ୍ଷା କବଚ 

କୁନ୍ତୀଙ୍କ ମାଧବ ଗୋପୀଙ୍କର ପ୍ରାଣସଖା

ସମର୍ପିତା ରାଧାଙ୍କର ପରାଣ ବାନ୍ଧବ

ତୁମେ ସଖା ବନ୍ଧୁ ମାତାପିତା

ହେ ବିଚିତ୍ର ଚିତ୍ରକର ଭାଗ୍ୟବିଧାତା

ସମ୍ମୋହନ ହସ ମଧ୍ୟେ

ସମୟକୁ ତ୍ରିଶଙ୍କୁରେ ରଖି

ଓଲଟାଇ ଦେଇପାର ନିୟତ ନିୟତି

ଆଖିରୁ କଜଳଗାର ପାଦରୁ ଅଳତା

କବରୀରୁ ମଲ୍ଲୀମାଳ ସଜଡା ସାଇତା

ସକଳ ଅପ୍ରାପ୍ତି ମଧ୍ୟେ ଏକମାତ୍ର ପ୍ରାପ୍ତି

ତୁମେ ନିଜଠାରୁ ନିଜକୁ ଅଲଗା କରି

ପୁରିଅଛ ଏ ସାରା ସଂସାର

ତୁମେ ଆତ୍ମା ପରମ ଇଶ୍ବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract