ସମୟ ଭରିପାରେ କିଛି କ୍ଷତ
ସମୟ ଭରିପାରେ କିଛି କ୍ଷତ
ଯଦିଚ ଶୁଖି ଯାଇଛି
ତୁମେ ଦେଇଥିବା କ୍ଷତ ସବୁ
ବହୁତ ଦିନର ବ୍ୟବଧାନରେ
ହେଲେ
ଏ ହୃଦୟ ଆଜିବି ରକ୍ତାକ୍ତ
ଅନବରତ ଝରୁଛି ରୁଧିର ।
ଯଦଚ ଲୋକେ କୁହନ୍ତି
ସମୟ ସବୁକିଛି ଭରିଦେଇଥାଏ
ହଁ ସମୟ ଭରିପାରେ କିଛି କ୍ଷତ
ଭରିପାରି ନଥାଏ ଅଦେଖା କ୍ଷତ
ହୃଦୟର ବ୍ୟଥା ।
