ସମୟ ବଦଳି ଯାଇଛି
ସମୟ ବଦଳି ଯାଇଛି
ମୋ ଗାଆଁ ସମ୍ପୂର୍ଣ୍ଣ ଭାବେ ଯାଇଛି ବଦଳି
ମଧୁରତା ନାହିଁ ଯେ ଆଉ ଆଗ ଭଳି।।
ଉଡୁ ନାହିଁ ଗୋଧୁଳି ତ ଗାଆଁ ଦାଣ୍ଡ ଯାକ
ଆସୁ ନାହିଁ ଡାକବାଲା ଆଣୁ ନାହିଁ ଡାକ।।
ଗାଇଆଳ ଟୋକା ଆଜି ଗାଉ ନାହିଁ ଗୀତ
ତାଲା ପଡିଗଲା ଆଜି ଟୁଙ୍ଗି ଭାଗବତ।।
ନାହିଁ ଗାଁଆ ସଭା ଆଉ ମେଳନ କିର୍ତ୍ତନ
ନାହିଁ ଭାଇଚାରା ଆଉ ଆଦାନ ପ୍ରଦାନ।।
ନାହିଁ ଏକ ମତ ଆଜି ସବୁ ଭୁଲିଗଲେ
ସ୍ୱାର୍ଥ ଆଗେ ଆଜି ବଦଳିଣ ଗଲେ।।
କୁଟୁ ନାହିଁ ଢିଙ୍କି ଆଉ ଚୂଡା କି ଚାଉଳ
ହେଉ ନାହିଁ ଆଗଭଳି ଚାଷରେ ଅମଳ।।
ଗାଁ ସଡକରେ ଆଉ ଗଡୁ ନାହିଁ ସଗଡ
ଗାଁ ଦେବୀ ମନ୍ଦିରରେ ଆଉ ଜମୁ ନାହିଁ ଭିଡ।।
ଚଷା ପୁଅ ଆଜି ଯାଏଁ ଦାଦନ ଖଟୁଚି
ପେଟ ପାଇଁ ଭିଟା ମାଟି ଗାଆଁକୁ ଛାଡୁଚି।।
ଶୁଭୁ ନାହିଁ କୋଇଲିର ମଧୁରତା ସ୍ୱର
ଗେଣ୍ଡାଳିଆ ଆଜି ଆଉ ଝାଡୁ ନାହିଁ ପର।।
ଭିଜା ମାଟିର ବାସନା ଆଉ ବାସୁ ନାହିଁ
ସାଧବ ବୋହୁ ପୋକର ଆଉ ଦେଖା ନାହିଁ।।
ବର ଗଛ ତଳେ ଆଉ ନାହିଁ ତାସ ପାଳି
ସହର ଅଭିମୁଖେ ସବୁ ଯାଇଛି ବଦଳି।।
