ସ୍ମୃତି
ସ୍ମୃତି
ନୀଳ ଆକାଶ ର ନୀଳିମା
କୁ ଥରେ ଥରେ ପଚାରି ଏ ମନ
ଭସା ବାଦଲ ର ତଳେ
ସାଉଁଟି କୁଆପଥର କୁ
ଗାଉଥାଏ ନିତି କାହିଁ
ଛଳନା ଗୀତ ଟିଏ
ନିଜ ପାଇଁ ପ୍ରତିଦିନ
ହଜାଇ ସାରିଛି ଯାହାକୁ
ପାହାନ୍ତି ଆ ତାରା ଭଳି
ସଜେଇ ନିଜକୁ ବିରହୀ କୁମୁଦ
ଲୁହ ରେ ଦେଇଛି ନିଜର
କବର ଖୋଳି
ବୋଧେ ସେ ଆଜି
ମୋ ପ୍ରତିବିମ୍ବ ପରି
ରହିଛି ମୋ ସାଥେ
ଛଳନା ର ଗୀତ ଗାଇ
ମୋର ବଞ୍ଚି ବାର
ବାହାନା ହୋଇ
ସ୍ମୃତି ର ଫରୁଆ ମୋର
ନିତି ଖୋଲୁ ଛି ମୁଁ
ସପନ ର ରଙ୍ଗ ଦେଇ
ସେତ ସତ କେବେ ହେବ ନାହିଁ