STORYMIRROR

Rupa Nayak

Abstract

2  

Rupa Nayak

Abstract

ପ୍ରେମ

ପ୍ରେମ

1 min
114

ପ୍ରେମ ,ଏକ ଖୁବ ସୁନ୍ଦର ଶବ୍ଦ ଟିଏ

ଅଢେଇ ଅକ୍ଷର ରେ ସଜା

ପୂର୍ଣ୍ଣତା ତାରେ ନ ଥାଏ ଭିତ୍ତି ଭୂମି

ହୃଦୟ ର କେଉଁ ଏକ ନିଶବ୍ଦ

ବେଳା ଭୂମି ରୁ କିଛି ସାଉଁଟି ଆଣି

ସ୍ମୃତି ପଟ୍ଟଳ ରେ ଝରେଇ ଦେଇ

ଦୁଇଟୋପା ମୁକୁତା

ଖୋଜି ଆଣେ ସେ ଅର୍ଦ୍ଧ ରାତିରେ

ଏକ ଅସମାହିତ ନୀରବତା


ପଥ ଧାରେ ଧାରେ ବିଞ୍ଚା

ମରୁବାଲି ର ତୃଷ୍ନା

ଆଉ ମେଂଚା ମେଂଚା ସପନ ର

ଭଙ୍ଗା ଗଢା ସୌଧ

ଜୋଛନା ରେ ଜୁଡ଼ୁବୁଡ଼ୁ

ଜାମିନ ରେ ଅସହ୍ୟ ବେଦନା

କୋଇଲି ର କୁହୁକୁହୁ ଟା ରେ

ଥାଏ ଖାଲି ନିରବ ଯନ୍ତ୍ରଣା

ଚିଠି ଥାଏ ହାତରେ ହେଲେ

ଲିଭି ଯାଇ ତାର ଠିକଣା


ସବୁ ପରେ ଵି ସେ

ଦେବତାଙ୍କ ହାତ ଗଢା ତିଳତମା

ତିଳ ତିଳ ହୋଇ ଜଳିଲେ ଵି

ଅନୁଭବ ହୋଇ ଥାଏ

ଏକ ସ୍ୱର୍ଗୀୟ ସୁଷମା

ସତରେ ପ୍ରେମ ସିନା

ଛୋଟ କଳେବର

ଅଦ୍ଭୁତ ତୁମ ରଙ୍ଗ ଆଉ

ତାର ଅଜବ ମହିମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract