STORYMIRROR

Rupa Nayak

Abstract

2  

Rupa Nayak

Abstract

****** ଶାଶ୍ୱତ **

****** ଶାଶ୍ୱତ **

1 min
125

କାନଭାସ ରଙ୍ଗ ପରି

ତୁମେ ମୁଗ୍ଧକର ହେଲେ

ବୁଝି ପାରେନା ତୁମକୁ

କେବେ ,ଅନାବନା ଅସଜଡ଼ା

ଶିଶୁ ଟିଏ କେବେ ଧୁଳିଧୁସର

ଅବୁଝା ଜିଦଖୋର ମନଟିଏ


ବୈରାଗୀ ବସନ୍ତ ପରି

ହେମନ୍ତେ ଶିଶିର ବିନ୍ଦୁ ପରି ନା

ମଳୟ ର ସେ ମୃଦୁ ମନ୍ଦ ସାଜି

ବିଶ୍ୱାସ ର କେଉଁ ଏକ ଆତୁର

ପ୍ରାର୍ଥନା ପରି


ତୁମେ ଏଯାବତ ପ୍ରଶ୍ନ ଟିଏ

ମୋ ହୃଦୟ ର

ବିସ୍ତୀର୍ଣ୍ଣ ପୁଣି ନୈରାଶ୍ୟ ର

ଘନ ଅନ୍ଧାର ରେ ସଂକୁଚିତ

ସତରେ ହେ ପ୍ରେମ

ତୁମେ କଣ ଆଉ ଏବେ

ହୋଇ ରହି ଅଛ ଶାଶ୍ୱତ


Rate this content
Log in

Similar oriya poem from Abstract