ସ୍ମୃତି,,,,,,
ସ୍ମୃତି,,,,,,
ସ୍ମୃତି ଆସି ଥାଇ
ବାର ବାର ହୋଇ
ମନ ଅଗଣାକୁ ପୁଣି,
ସମୟ ଫେରେନା
ସ୍ମୃତି ସହିତରେ
ସ୍ମୃତି ମନ ଦିଏ ହାଣି।
ସ୍ମୃତିକୁ ଯେ ନେଇ
ବଞ୍ଚିବାକୁ ହେବ
ଖୁସି ଅବା ଦୁଃଖ ପାଇ,
ସ୍ମୃତି ଟିଏ କିନ୍ତୁ
ବଞ୍ଚିବା ପର୍ଯ୍ୟନ୍ତ
ମନରେ ସତେଜ ଥାଇ।
ସ୍ମୃତି ଯେ ହସାଏ
ଅବା ସେ କନ୍ଦାଏ
ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ,
କାହା ପାଇଁ ସ୍ମୃତି
ଉତପ୍ତ ସୁରୂଜ
କା ପାଇଁ ପୁନେଇ ଜହ୍ନ।
