ସ୍ମୃତି
ସ୍ମୃତି
(ରାଗ - ବଙ୍ଗଳାଶ୍ରୀ)
ଜୀବନ ର ଯେଉଁ ସୁଖର ଦୁଃଖର
ଲାଭ ହାନି ର କାହାଣୀ ।
ଶୁଭ ଅଶୁଭ ଓ ମାନାପମାନ ର
ଅତୀତ ଚିତ୍ର ଧାରିଣୀ ।। ।।୧।।
ହୃଦୟ ର ଯେଉଁ ମାନସରୋବରେ
ସ୍ମୃତି ତରଙ୍ଗ ଖେଳଇ ।
ରହିଥାଏ ସଦା ମନ୍ୟୁଷ ଚିତ୍ତ ରେ
ସରୋବର ଜଳ ହୋଇ ।। ।।୨।।
ସେ ସର ଜଳର ନଥାଏ ସ୍ଥିରତା
ତରଙ୍ଗ ରେ ଲୋଳାୟିତ ।
ମନ ମାନସରେ ଅନ୍ତର ଭିତରେ
ମନେ ପଡୁଥାଏ ନିତ୍ଯ ।। ।।୩।।
ଦଇବ ର ସେହି ଅପୂର୍ବ ସୃଷ୍ଟି ରେ
ସ୍ମୃତିର କିପରି ଜାତ ।
ମନେପଡେ ଯେବେ ଅଭୁଲା ସ୍ମୃତି ଟେ
ଆଖି ଆଗେ କରେ ନୃତ୍ୟ ।। ।।୪।।
କାହା ପାଇଁ ସ୍ମୃତି ରୂପା ଜହ୍ନ ଟିଏ
କାହା ପାଇଁ ମଲା ଜହ୍ନ ।
ସେ ଜହ୍ନ ସ୍ପରଶେ ଶୀତଳ ଜ୍ୟୋସ୍ନା ରେ
ତରଳେ କି ତନୁ ମନ ।। ।।୫।।
ସ୍ମୃତି ହୁଏ ଯେବେ ସୁହାଇଲା ଭଳି
ଓଠ ରେ ଯେ ଆଣେ ହସ ।
ସେହି ସ୍ମୃତି ଯେବେ ଆସେ ଦୁଃଖ ନେଇ
ଜୀବନ ହୁଏ ବିରସ ।। ।।୬।।
ହୁଏ ନାହିଁ ନଷ୍ଟ ନଥାଏ ଯେ ଅସ୍ତ
ଏମିତି ନକ୍ଷତ୍ର ଟିଏ ।
ଦେହ ବ୍ରହ୍ମାଣ୍ତ ରେ ହୃଦୟ କନ୍ଦରେ
କେଉଁ ଠାରେ ରହିଥାଏ ।। ।।୭।।
ଭୁଲି ହୁଏ ନାହିଁ ବିଷଦ ସ୍ମୃତି କୁ
ଅତୀତ କୁ ଘଣ୍ଟେ ସେହି ।
ସତୀଙ୍କ ବିୟୋଗ ଉଦାହରଣ ଟେ
ମହଯୋଗୀ ଶିବ ପାଇଁ ।। ।।୮।।
ଶିବ ସିନା ଯାନ୍ତି ସମାଧିସ୍ଥ ହୋଇ
ବିଷଦ ସ୍ମୃତି ପାସୋରି ।
ମଣିଷ ମାନେ ଯେ କି କରି ପାରିବେ
ଅତୀତ କୁ ଦୂର କରି ।। ।।୯।।
ସ୍ମୃତି ର ଯେ ଅନ୍ତ ନଥାଏ ଜୀବନେ
ଗୋଳି ପାଣି ର ସ୍ୱରୂପ ।
ସେ ଗୋଳି ଜଳରେ ଟେକା ଟେ ପଡ଼ିଲେ
ହୁଏ ଯେପରି ସମୀପ ।। ।।୧୦।।
ବିଷଦ ସ୍ମୃତି କୁ ଦୂର କରିବାକୁ
ସାହା ଏକା ଜଗସ୍ରଷ୍ଟା ।
ଜୀବନେ ଅଗାଏ ଉନ୍ନତି ର ପଥେ
ଭୁଲେ ଯେହୁ ଦୁଃଖ କଷ୍ଟ ।। ।।୧୧।।
********
By-Prakash
