ଅପରିଗ୍ରହ
ଅପରିଗ୍ରହ
(ରାଗ- ବଙ୍ଗଳାଶ୍ରୀ)
____ (Non-possessiveness) ______
ସକଳ ଧର୍ମ ର ସାରସତ୍ଵ ତତ୍ତ୍ଵ
ଜୀବନ ନିଷ୍କର୍ଷ ସେହି ।
ଚୋୖରାଶି ଲକ୍ଷ ଜୀବ ଯୋନୀ ମଧ୍ୟରୁ
ମନ୍ୟୁଷ ପାରିବ ବୋହି ।। ।।୧।।
ସର୍ବ ପୁରାତନ ଅଖଣ୍ଡ ଭାରତେ
ଯେତେକ ଯେ ଧର୍ମ ଅଛି ।
ସଭିଏଁ ଯେ ସ୍ଥିର ଏହାରି ଚରଣେ
ଶିଖାଏ ଟି ସବୁକିଛି ।। ।।୨।।
ଅଷ୍ଟାଙ୍ଗ ଯୋଗର ପ୍ରଥମ ସୋପାନ
ଯମ ର ଶେଷ ଚରଣ ।
ଅପରିଗ୍ରହ ଟି ମନ୍ୟୁଷ ଜୀବନେ
ଦେଇଥାଏ ସୁଚିନ୍ତନ ।। ।।୩।।
ପରିଗ୍ରହ ଯଦି ଚତୁଃପାର୍ଶ୍ୱେ ଆମ୍ଭେ
ଦ୍ରବ୍ୟ ଗ୍ରହଣେ ମଜାଏ
ବିଷୟ ର ତ୍ୟାଗ ଦ୍ରବ୍ୟରୁ ଯେ ମୋହ
ଅପରିଗ୍ରହ ହଟାଏ ।। ।।୪।।
ସମୟ ଚକ୍ରରେ ସଂସାର ରଥରେ
ଭୁଲି ନିଜ ଧର୍ମ ନୀତି ।
ମନ୍ୟୁଷ ଯେ ଆଜି ପାର୍ଥିବ ବସ୍ତୁକୁ
ସାଉଁଟାଏ ନିତି ନିତି ।। ।।୫।।
ଦ୍ରବ୍ୟ ଗ୍ରହଣ ରେ ଏଭଳି ମଣିଷ
ମଜିଛି ଏହି ସଂସାରେ ।
ଦାନ କରିବାକୁ ଅର୍ଜିତ ଦ୍ରବ୍ୟରୁ
କିଞ୍ଚିତ ବି ନବିଚାରେ ।। ।।୬।।
କରେ ସେ ବିଚାର ଏହା ମୋର ଧନ
କର୍ତ୍ତା ସାଜି ସାଉଁଟିଛି ।
କିପରି ଦେବି ମୁଁ ମୋ ପ୍ରାପ୍ତ ଦ୍ରବ୍ୟରୁ
କେତେ କଷ୍ଟ ମୁଁ ସହିଛି ।। ।।୭।।
ନଇଁ ପଡୁପଛେ କାନ୍ଧ ଝୁଲାଭାରେ
ଅର୍ଜିତ ସେହି ଧନରେ ।
ଘରେ ବୋହି ନେବା ପାଇଁ ଯେବେ ଆଶା
ଭାର କଷ୍ଟ କେ ପଚାରେ ।। ।।୮।।
ସଞ୍ଚୟ ଏପରି କରୁଥାଏ ନିତି
ସତେ କି ସେ ବୋହି ନେବ ।
ହଂସା ଉଡେ ଯେବେ ଏ ପିଣ୍ଡକୁ ଛାଡି
କିଏ ତା'ର ସାଥେ ଯିବ ।। ।।୯।।
ଶୂନ୍ୟ ରୁ ଯେ ସୃଷ୍ଟି ଶୁନ୍ୟରେ ଯେ ମୁକ୍ତି
ଆସୁ ଶୂନ୍ୟ ହସ୍ତେ ତୁହି ।
ଶୂନ୍ୟ ହେବା ଯେବେ ଲକ୍ଷ୍ୟ ତୋ ହୋଇବ
ଜିତି ଯିବୁ ଏହି ମହି ।। ।।୧୦।।
ଏ ଧରା ଧାମରେ ଈଶ୍ଵର ସୃଷ୍ଟି ରେ
ମରୁତ ର ଯେତେ ଗୁଣ ।
ବିଚରଣ କରେ ସର୍ବତ୍ର ଜଗତେ
ଭୂଗୋଳ ଦିଏ ପ୍ରମାଣ ।। ।।୧୧।।
ସୂର୍ଯ୍ୟ ଯଦି ନିଜ ଆଲୋକ ପ୍ରଦାନେ
ହୋଇ ଯିବେ କୁଣ୍ଠାବୋଧ ।
ଜୀବନ ବିଷମ ନ ହୋଇକି ଧନ
ଧରିବ ପ୍ରାଣ ଅବୋଧ ।। ।।୧୨।।
ଗୁରୁଙ୍କର କୃପା କରୁଣା ବଳରେ
ମନ୍ୟୁଷ ପାଏ ଟି ସିଦ୍ଧି ।
ଗୁରୁ ଜ୍ଞାନ ଯଦି ନଦେବେ ବାବୁରେ
ଅଜ୍ଞାନେ ହୋଇବୁ ବନ୍ଦୀ ।। ।।୧୩।।
ପାର୍ଥିବ ବସ୍ତୁର ଗ୍ରହଣରେ ମତି
ଲଗାଅ ସେତିକି ବାବୁ ।
ଦରକାର ଯେତେ ସେତିକି ରେ ଶାନ୍ତି
ହୋଇଲେ ମୁକ୍ତି ଲଭିବୁ ।। ।।୧୪।।
ଜ୍ଞାନର ଗାରିମା ନଥାଏ ମୋହର
କବିତାରେ ନାହିଁ ସିଦ୍ଧି ।
ତ୍ରୁଟି ଥିଲେ କିଛି କ୍ଷମା ଟି ମାଗୁଛି
ଆହେ କରୁଣା ବାରିଧି ।। ।।୧୫।।
******
By-Prakash
