STORYMIRROR

Puja nayak

Classics Fantasy Inspirational

3  

Puja nayak

Classics Fantasy Inspirational

ସ୍ମୃତି ତୁମେ

ସ୍ମୃତି ତୁମେ

1 min
5


ସ୍ମୃତି ତୁମେ ଏକ ଅଫେରା ଅତିଥି 

ସ୍ମୃତି ତୁମେ ଅଙ୍କା ବଙ୍କା ନଈ 

ସ୍ମୃତି ତୁମେ ଅମା ରାତିର ମଲାଜହ୍ନ 

ସ୍ମୃତି ତୁମେ ଏକ ଅକୁହା କାହାଣୀ 

ସ୍ମୃତି ତୁମେ କେବେ ଖରା କେବେ ଛାଇ 

ସ୍ମୃତି ତୁମେ ଅଲେଖା କଲମର ଲେଖାଟିଏ 

ସ୍ମୃତି ତୁମେ ସାଗର ବୁକୁର ମୃତ ଶାମୁକା 

ସ୍ମୃତି ତୁମେ ଇନ୍ଦ୍ରଧନୁର ସବୁଜିମା 

ସ୍ମୃତି ତୁମେ ପାହାନ୍ତି ତାରାଟିଏ

ସ୍ମୃତି ତୁମେ କୁଁଆରୀ ମନର ଅଦେଖା ସ୍ବପ୍ନ 

ସ୍ମୃତି ତୁମେ ଅଭୁଲା ଲେଖାଟିଏ 

ସ୍ମୁତି ତୁମେ ସ୍ବପ୍ନ ରାଇଜର ରାଜଜେମା 

ସ୍ମୃତି ତୁମେ ଅଲିଭା ଗାରଟିଏ 

ସ୍ମୁତି ତୁମେ ଗୋଧୂଳିର ଧୂସର ସୁରୁଜ 

ସ୍ମୁତି ତୁମେ ପଥ ପଥିକର ପାନ୍ଥଶାଳା 

ସ୍ମୁତି ତୁମେ କୋଟି ଫୁଲର ବାସ୍ନାଟିଏ 

ସ୍ମୁତି ତୁମେ ଅଣଲେଉଟା ସାଥିଟିଏ 

ସ୍ମୁତି ତୁମେ ହଜିଯାଇଥିବା ଖୁସିଟିଏ 

ସ୍ମୁତି ତୁମେ ମିଛ ସ୍ବପ୍ନଟିଏ 

ସ୍ମୁତି ତମେ ଆଦ୍ୟ ଆଷାଢ଼ର ପ୍ରୀତିଟିଏ 

ସ୍ମୁତି ତୁମେ କୋକିଳର କୁହୁ ତାନଟିଏ 

ସ୍ମୁତି ତୁମେ ଚିତ୍ରିତ ଚିତ୍ରଶାଳାଟିଏ ।




Rate this content
Log in

Similar oriya poem from Classics