ଗୁରୁ ହେ ତୁମେ
ଗୁରୁ ହେ ତୁମେ
1 min
3
ଗୁରୁ ହେ ତୁମେ ମଙ୍ଗଳମୟ
ତୁମ ବିନୁ ମୁକ୍ତି ନାହିଁ (2)
ତୁମ ଶ୍ରୀଚରଣେ ଦିଅ ହେ ଶରଣ
ଶୁଭ ଆଶିଷଟେ ପାଇଁ
ଅନ୍ଧାରରୁ ତୁମେ ଆଲୋକ ଦେଖାଅ
ଆମ ଶୁଭ ମନସଇ
ଦେଖି ଆମ ଦୁଃଖ ମନେ ତୁମ କଷ୍ଟ
ହରସିଲ ଆମ ଦୁଃଖ
ଗୁରୁ ହେ ତୁମେ ମଙ୍ଗଳମୟ
ତୁମ ବିନୁ ମୁକ୍ତି ନାହିଁ (2)
ବାପା ମାଆ ପରି ସ୍ନେହ ଦେଇଥାଅ
ତୁମ ପରି ଗୁରୁ କାହିଁ
ତୁମକୁ ଦେଖିଲେ ମନେ ଆଙ୍କି ହୁଏ
କେତେ ଆଶା ଆଙ୍କାକ୍ଷା
ତୁମ କଥା ମାନି ଚଳି ଯିବୁ ଆମେ
ଆସୁ ଯେତେ ବାଧାବିଘ୍ନ
ଗୁରୁ ହେ ତୁମେ ମଙ୍ଗଳମୟ
ତୁମ ବିନୁ ମୁକ୍ତି ନାହିଁ (3)
