Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Classics

4  

Manorama Mohanty

Classics

ସ୍ମୃତି ରେ ସ୍ମୃତି ରେ

ସ୍ମୃତି ରେ ସ୍ମୃତି ରେ

1 min
545


ଖରା ଯେବେ ଛୁଏଁ ଧରାର ଦେହକୁ 

   ବର୍ଷା ଜାଡ ଯାଏ ହଜି 

ବାର୍ଦ୍ଧକ୍ୟ ଛୁଇଁଲେ ଥରୁଟେ ଦେହ କୁ 

   ସପନ ମିଳେନି ଖୋଜି  ।


ଏମିତି ସପନ ଏମିତି ଜୀବନ 

     କିଛି ମଣିଷ ର ଥାଏ 

ସେଇ ସପନକୁ ସତ କରୁ କରୁ 

     ସ୍ମୃତି ହୋଇ ରହି ଯାଏ ।


ସ୍ମୃତି ତ ନୁହଁଇ ପାଉଁଶ ମୁଠାଏ 

     ଫୁଙ୍କି ଦେଲେ ଉଡିଯିବ 

ସ୍ମୃତି ତ ତୁମର ରଜନୀଗନ୍ଧା ଟେ 

      ମହ ମହ ବାସୁଥିବ ।


ଦୁଃଖ ଯନ୍ତ୍ରଣା ର କବର ଭିତରୁ 

    ଚିତ୍କାରେ କବିର ପ୍ରାଣ 

ଓଡ଼ିଶାଫାଇଲସ ସାହିତ୍ୟଉଦ୍ୟାନେ 

    ପୁଲକିତ କବିମନ ।


ସମୟ ର ସୁଅ ବହୁଛି ଉଜାଣି 

    ସ୍ମୃତି ସବୁଯାଏ ହଜି 

ସପନ ପରିକା ଲାଗୁଛି ତ ସବୁ 

     ଆଖି ପାଉନାହିଁ ଖୋଜି ।


ବ୍ରହ୍ମପୁର ର କଳା ପରିଷଦ 

    ସତେ କି କିମିଆ କଲା 

ସଭିଙ୍କୁ ଆଦରେ ସମ୍ବର୍ଦ୍ଧନା ପାଇଁ 

    ଆବାହନ କରିଥିଲା ।


ଧନ୍ୟ ସେ ସ୍ରଷ୍ଟା ସ୍ମିତହାସ ଯାର 

     କବି ପ୍ରାଣ ସିକ୍ତ କଲା 

ସମ୍ମାନ ଦେବାକୁ ସମ୍ମାନନେବାକୁ 

    ପାଖେ ଡାକି ଆଣିଥିଲା ।


ନଶ୍ୱର ସଂସାରେ ପରିଚୟଟିଏ 

    ସୃଷ୍ଟି କଲେ ମୋ ପାଇଁ 

ଆଉଥରେ କରି ଶତ ପ୍ରଣିପାତ 

    ବିଦାୟ ନେଉଛି ମୁହିଁ ।


Rate this content
Log in

Similar oriya poem from Classics