Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Ray

Children Others

2.1  

Jagannath Ray

Children Others

ସ୍ମୃତି : ମୋ ପିଲାଦିନ

ସ୍ମୃତି : ମୋ ପିଲାଦିନ

2 mins
459


ସ୍ମୃତି ସେ ମୋ ପିଲାଦିନ ଅଭୁଲା ମୂହୁର୍ତ୍ତ

ବାଲିଧୂଳି ଖେଳ ପୁଣି ବର୍ଷାରେ ବସନ୍ତ ,

ଉଦୁଉଦିଆ ଖରାବେଳ ବୋହୂ ଚୋରି ଖେଳ

ହାତରେ ଚପଲ ସାଥେ ନିଆଁ ଗୁଳା ଖେଳ ॥

ପୋଖରୀରେ ମାଛଧରା ବନିସିରେ ଜିଆ

ସ୍ମୃତି ଖେଳେ ଗାରଟାଣି କିତି କିତି କିଆ ,

ତୁହା ତୁହା ବର୍ଷାଠୋପା ଘଡ଼ ଘଡ଼ି ନାଦ

ଭିଜି ଭିଜି ଦୁହେଁ ବସୁ ଶ୍ରାବଣୀ ସଙ୍ଗାତ ॥

ବାଲି କୋଳେ ଘାଇ କାଟି ବିଲ ହିଡ଼ ପାଣି

ଭସାଉ କାଗଜ ଡଙ୍ଗା ବରଷାରେ ମଜି ,

ଆମ୍ବ ତୋଳା ସାଥେ ମେଳା ପାନର ବରଜ

କାଜୁ ଗଛେ ଦୋଳି ଖେଳ ଆହାଃ କି ମଉଜ ॥

ଗାଁ ପାଖ ନଦୀ ଆମ ମହଙ୍ଗା ମୌସୁମୀ

ଶାଗ ତୋଳା ମାଛ ଘେରି ହୁଲିରେ ସବାରୀ ,

ଧାନ କିଆରୀରେ ଛେଳି ଛୁଆ ପାଖେ ବସି

ଧୂଳି ଛଣ କଣ୍ଟି କୋଳେ ଦେହ ହୁଏ ବୁଣି ॥

ସଜ ସଜ ରୁଟି ଖିଆ ସାଇକେଲ ଗଡ଼ା

ସଢେଇ ଚୁଲିରେ ହୁଏ ଭାତ ଡାଲି ରନ୍ଧା ,

ଘର ପାଖ ଭଙ୍ଗା କୋଠା ଓମଫେଡ଼ ପକ୍କା

ସେ ପକ୍କା ଉପରେ ଖେଳୁ ଛକି ଶୂନ ରେଖା ॥

ଶୀତ ଦିନ ଥଣ୍ଡା ବେଳ ସକାଳୁଆ ମଜା

ସ୍ମୃତି ଆସି ଡାକେ ବସି ଚାଟଶାଳୀ ଯିବା ,

ଆଗେ ଆଗେ ଚାଲେ ସ୍ମୃତି ପଛେ ପଛେ ମୁହିଁ

ଶୀତୁଆ କୁହୁଡ଼ି ମେଳେ ବେଗି ଚାଲୁ ଦୁହିଁ

ଚପଲ ଛିଣ୍ଡଇ ଖାତା ବହିର ବସ୍ତାନି

ଚପଳ ହୋଇଣ ସ୍ମୃତି ଦିଅଇ ସଜାଇ ,

ଖେଳି ବୁଲି ଫେରୁ ଘର ସନ୍ଧ୍ୟା ଯେ ହୁଅଇ

ତଥାପି ଅବୁଝା ମନ ଗପରେ ମାତଇ ॥

ସ୍ମୃତି କୁହେ ମଜା ଗପ ହସି ମୁଁ ଗଡଇ

ଗାଇଲେ ଗୀତ ମୁଁ ସ୍ମୃତି ଲହରୀ ସାଜଇ ,

ଗପ ଗୀତ ଖେଳ ମଜା କେତେ ଯେ କାହାଣୀ

ବିତିଛି ଛୋଟ ବେଳ ସ୍ମୃତି ସେ ଦୁଷ୍ଟାମି ॥

ସ୍ମୃତି ସେ ଓମଫେଡ଼ ଘର ସ୍ମୃତି ବାଲି ସାହି

ଧାନ କ୍ଷେତ ବିଲ ହିଡ଼ ସ୍ମୃତି ଆମ ପାଇଁ ,

ସ୍ମୃତି ପୁଣି ଗାଁ ଦାଣ୍ଡ ସ୍ମୃତି ଚାଟଶାଳୀ

ସ୍ମୃତି ବିନା ପିଲାବେଳ ଲାଗେ ଧୂଆଁ ଛାଇ ॥

ଝୁରୁଛି ଝୁରା ମନ ଅଶ୍ରୁରେ ନୟନ

ଫେରାଇ ଦେବ କି କେହି ଆମ ପିଲା ଦିନ ,

ସ୍ମୃତି ଆଜି ସବୁକିଛି ଅଭୁଲା ଅତୀତ

ଅତୀତ ଅନ୍ତରେ ଆମ ବନ୍ଧୁତା ଅମର ॥

ଜଗନ୍ନାଥ ରାୟ

ବାଲିତୁଠ,କୁଜଙ୍ଗ,ଜଗତସିଂହପୁର, ଓଡ଼ିଶା-୭୫୪୧୪

ମୋ : ୭୮୭୩୫୨୨୫୦୦

ଇ ମେଲ: raychand.jagannath@live.com


Rate this content
Log in

Similar oriya poem from Children