STORYMIRROR

Jagannath Ray

Others

3  

Jagannath Ray

Others

କାଲି ରାତିର କଥା

କାଲି ରାତିର କଥା

1 min
13.8K


କାଲି ରାତିର କଥା

ଭୋର ହେଲାପରେ
ସେଇ ନିଛାଟିଆ ଝାଉଁବଣ
ମନେପକାଏ
 କାଲି ରାତିର
ହଜିଯାଇଥିବା ଦୃଶ୍ୟମାନଙ୍କୁ !

ସାଗର ଲହରୀର
ଘୋ ଘୋ ଗର୍ଜନ ସାଥେ
ତରଙ୍ଗାୟିତ ହେଉଥିଲା
ଅଜଣା ସେ ଆତ୍ମହରା ଚିତ୍କାରମାନ,
ଯେଉଁଠି ଗଣ୍ଡାଏ ଭୋକିଲା ପେଟ
ଗୋଟେ ଦେହର ବାସ୍ନା ଶୁଙ୍ଘି
ଛିନଭିନ କରିଚାଲିଥିଲେ
ସମାଜର ସାମାଜିକ
ନ୍ୟାୟ ଆଉ ନୈତିକତାକୁ
।।

ଦରିଆର ଶବ୍ଦମାନେ ବି
ଅବରୋଧ କରୁଥିଲେ
ଚିତ୍କାରର ଗତିପଥକୁ
,
ରାତିର ରଙ୍ଗରେ ହଜିଯାଉଥିଲା
ଅମାନବିକତାର ନୃଶଂସକାୟ କାଣ୍ଡସବୁ


ଚାନ୍ଦ ଆଖି ବୁଜିଲା ବେଳକୁ
ନଥିଲା ଆକୁଳଭରା
ଛତିଫଟା କୋହ
,
ଟିକଟିକ ହାଡମାଂସ
ପେଟ ଭରୁଥିଲା
ଦି ଗଣ୍ଡା କୁକୁର ଆଉ
ପ୍ରଭାତକୁ ଆମନ୍ତ୍ରିତ କରିଆସୁଥିବା
କୁଆମାନଙ୍କର
॥॥॥

ଜଗନ୍ନାଥ ରାୟ
ବାଲିତୁଠ
, କୁଜଙ୍ଗ, ଜଗତସିଂହପୁର ॥
ଫୋନ : ୭୮୭୩୫୨୨୫୦୦


Rate this content
Log in