STORYMIRROR

Jagannath Ray

Inspirational

3  

Jagannath Ray

Inspirational

ଶ୍ରେଷ୍ଠ ସମ୍ପର୍କ

ଶ୍ରେଷ୍ଠ ସମ୍ପର୍କ

1 min
88


କୁହନ୍ତି କି

ରକତକୁ କାଳେ ଦିଶେ

କିଏ ପର କିଏସେ ନିଜର 

ଭାଇ ବନ୍ଧୁ , ବାପା ମା'

ସଭିଙ୍କୁ ବାନ୍ଧିଛି ଏଠି

ରକ୍ତର ସଂପର୍କ


ମୁଁ କିନ୍ତୁ ଦେଖିଛି

ଆଉ ଏକ ସମ୍ପର୍କ

ଏଠି ରକ୍ତର ଛାପନାହିଁ

ଅଛି ତ ପୁଳେପୁଳେ

ଭଲପାଇବାର

ଅସରନ୍ତି ଶ୍ରଦ୍ଧାର ଭଣ୍ଡାର 


ପାଇଛି ଅଜସ୍ର ସ୍ନେହ

ମା'ର ମମତା ପରି

ଆପଣାର ପଣ

ଅନୁଭବି ପାରିନି

ଅଜଣା ଜଣେ କେହି

ବରଂ ଅନୁଭବ କରିଛି

ଜନ୍ମ ଜନ୍ମର ସମ୍ପର୍କ

କାଲିଥିଲା ଆଜିଅଛି

ରହିଥିବ, ହୃଦୟରେ

ଥିବା ଯାଏଁ ପ୍ରାଣ 


ପାଦ ଛୁଇଁଲେ 

ଅନୁଭବ କରିଛି

ଆତ୍ମୀୟତାର ସ୍ପର୍ଶ

ନିଜଠୁ ଅଧିକା ଲାଗିଛି

ମୁଁ ତାଙ୍କ ନିଜର 

ସମ୍ପର୍କ ଆମର ନୁହେଁ ସତ

ରକ୍ତର ସମ୍ପର୍କ

ସମ୍ପର୍କତ ଆମର 

ଆଜୀବନ ବୋଲାଇବ

ଶ୍ରେଷ୍ଠ ସମ୍ପର୍କ ।।


ମୋର ସବୁଠୁ ପ୍ରିୟ, ମୋ ବଡ଼ ଭଉଣୀ, ମୋ ମା' ପରି, ମୋ ବେବି ନାନୀ ପାଖରେ କବିତାଟି ସମର୍ପିଲି । କବିତାଟିରେ ହୁଏତ ପାଠକେ ରକ୍ତର ସମ୍ପର୍କ ପାଖରେ ଦ୍ଵନ୍ଦ ରେ ପଡ଼ି ପାରନ୍ତି କିନ୍ତୁ ନାନୀ ମୋର ନିଜ ର ନ ହେଲେ ବି ନିଜଠୁ ଅଧିକ ନିଜର, ସେଥି ଲାଗି ଆମ ସମ୍ପର୍କ ଶ୍ରେଷ୍ଠ ସମ୍ପର୍କ । ମୋ ନାନୀ ଓଠରେ ସବୁବେଳ ହସ ଝଲସୁଥାଉ । ତୁମର କୁନି ଭାଇ ତରଫରୁ ଢ଼େରସାରା ସ୍ନେହ, ଶ୍ରଦ୍ଧା, ଭଲପାଇବା , ସମ୍ମାନ ଓ ଶୁଭେଚ୍ଛା । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational