STORYMIRROR

Jagannath Ray

Others

3  

Jagannath Ray

Others

କାହିଁ ସେ ଉତ୍କଳ

କାହିଁ ସେ ଉତ୍କଳ

1 min
410


କାହିଁ ସେ ଉତ୍କଳ ଶସ୍ୟ ଶ୍ୟାମଳ

କୁଳୁକୁଳୁ ଜଳଧାର

କାହିଁ ସେ ଓଡ଼ିଆ ଜାତି ପ୍ରୀତି ଭାଷା

ଆରିସା ଶାଗ ପଖାଳ ।

ଉତ୍କଳ ଗୌରବ, ଉତ୍କଳର ମଣି

ଗଢିଲେ ଯେଉଁ ରାଇଜ

ଓଡ଼ିଆ ମୋ ଭାଷା ଓଡ଼ିଶା ମୋ ମାତା

ଗରବେ କହିଲେ ଜାଣ

ହେଲେ, ଆଜିର ଓଡ଼ିଆ

ଦାଣ୍ଡରେ ଗଡୁଛି

ବିଦେଶୀ ଭାଷାରେ ମୋହ

ଉତ୍କଳ ମାଟିକୁ କ୍ଷତ ରକ୍ତ କରି

ପାଉଛି ସୁନାମ ଧନ ।


କାହିଁ ସେ ଉତ୍କଳ ବାର ମାସେ ତେର

ପରବର ଯେତେ ଡାକ

ଓଡିଆଣୀ ମୁଣ୍ଡେ ଓଢଣା ରହୁନି

ଲାଗୁନି ବୋହୂର ବେଶ ।


ଓଡ଼ିଆ ଛୁଆଟେ ମମି ମାମି ଡାକେ

ଜାଣୁନି ବୋଊ ର ଅର୍ଥ

ଖଣ୍ଡି ଇଂରାଜୀରେ ଓଡ଼ିଆ କହୁଛି

ଆମେ ଉତ୍କଳ ସନ୍ତାନ ।

ହିଂସା ରାଜନୀତି କୋଳରେ ଉତ୍କଳ

କାଟୁଛି ବରଷ ମାସ

ଉତ୍କଳୀୟ କଳା-ସଂସ୍କୃତି ଛାତିରେ

ବୋହୁଛି ରକତ ଧାର

କାହିଁ ସେ ଉତ୍କଳ ଚାରୁ ଚିତ୍ର ପଟ୍ଟ

ଚଇତର ଘୋଡ଼ା ନାଚ

ମା’ କୁ ବାଡ଼େଇ ମାଉସୀ କୋଳରେ

ଓଡ଼ିଆ କରୁଛି ନାଟ ॥ ॥

ଜଗନ୍ନାଥ ରାୟ

ବାଲିତୁଠ , କୁଜଙ୍ଗ, ଜଗତସିଂହପୁର , ଓଡ଼ିଶା -୭୫୪୧୪୧

ଭ୍ରାମ୍ୟଭାଷ : ୭୮୭୩୫୨୨୫୦୦

ଇ ମେଲ : raychand.jagannath@live.com



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍