STORYMIRROR

Jagannath Ray

Inspirational Others

3  

Jagannath Ray

Inspirational Others

ସ୍ୱାଧୀନତା କାହିଁ ?

ସ୍ୱାଧୀନତା କାହିଁ ?

1 min
69


ଦେଖିଛ କି କେହି ମାଟି ମା'କୁ 

ଅଶ୍ରୁ ଝରା ତାର ଧରା କୋହକୁ

କ୍ଷୁଦାର ବିଧାରେ ସେ କାନ୍ଦେ କଇଁ କଇଁ 

ସଲାମ୍ କରୁଛ ସ୍ଵାଧୀନତାକୁ !!


ଧିକ୍ ଏ ଜୀବନ ଧିକ ମନ ପ୍ରାଣ

ସ୍ୱାର୍ଥ କୀର୍ତ୍ତି ପାଇଁ ଗାଅ ଜନଗଣ

ଶସ୍ୟ ଶ୍ୟାମଳା ଏ ଭାରତ ଭୂଇଁକୁ 

ଛୁଇଁ କରିଚାଲ କେତେ ଯେ ଶପଥ !! 


ପଚାର ପଚାର ନିଜକୁ ପଚାର

କେତେ କଲ ପାପ ଅବା କେତେ ପୁଣ୍ୟୄ

ଜନନୀ ଭୁଇଁକୁ କ୍ଷତ ରକ୍ତ କରି

କେତେ କରିଅଛ ଦୁର୍ନୀତି ସୁନାମ !!


ଶାସକ ଦଳର ଶାସନ ଲାଗିଛି

ବିରୋଧୀ ମାନଙ୍କ ବିରୋଧ ଚାଲିଛି

ଜନତା ବି ଏଠି ପଇସାଟେ ପାଇଁ

ପ୍ରଶାସନ ପାଖେ ଗୋଲାମ ବନୁଛି !

ସ୍ୱାର୍ଥ ମନେ ସଭେଁ ସୀମା ପାର୍ ଏଠି

କେବେ କ'ଣ ଥରେ ପଚାରି ବୁଝିଛ

ମା' ମାଟି କୋଳ କ'ଣ ଚାହିଁଛି !! 


ସୀମାରେ ଯବାନ ଜୀବନ ଦେଉଛି

ମା' ମାଟି ପାଇଁ ସୁରକ୍ଷା ଲଢ଼ୁଛି

କଥାରେ କହିଲେ ସ୍ୱାଧୀନ ଭାରତ

ସତେ କ'ଣ ଆମେ ମୁକ୍ତ ନାଗରିକ ?

ପ୍ରଶାସନ ହାତେ ଦେଶ ବନ୍ଧା ଆଜି

ସ୍ବାଧୀନତାର ପୁଣି ଆଭାଷ କେଉଁଠି !!


ଜାଗି ଉଠ ବୀର ଜନତା ଗଣ

ହାତରେ ହାତ ମିଳି ଏକାଠି ହୁଅ

ଅନ୍ୟାୟ ଅନୀତି ତର୍ଜମା କର

ଜନ୍ମ ଭୂମି ପାଇଁ ଲଢେଇ କର ।।


ମା' ମାଟି ବଂଚିଲେ ଦେଶ ବଞ୍ଚିବ

ଦେଶ ବଂଚିଲେ ଏ ଜାତି ବଞ୍ଚିବ

ଜାଗି ଉଠ, ଜାଗି ଉଠ

ମା' ମାଟି ପାଇଁ ଜାଗି ଉଠ

ସ୍ୱାଧୀନତା ପାଇଁ ଜାଗି ଉଠ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational