ସମ୍ପର୍କର ହାତ ଧରି
ସମ୍ପର୍କର ହାତ ଧରି
ହାତ ଧରି ଚାଲ ବାନ୍ଧ ସମ୍ପର୍କରେ ଦେଶର ସୁରକ୍ଷା ପାଇଁ,
ରାଷ୍ଟ୍ର ଭକ୍ତ ଜନେ ଏକତ୍ରିତ କର
ଶକ୍ତିଶାଳୀ ରାଷ୍ଟ୍ର ପାଇଁ ।
ଶତ୍ରୁମାନେ ରାଷ୍ଟ୍ରେ ଅଙ୍କୁରିତ ଏବେ ଲିପ୍ତ ଦେଶ ବିରୋଧରେ
ଆଶ୍ଚର୍ଯ୍ୟ ଲାଗୁଛି ଦେଖି ମନବୃତି
କିପରି ଶତ୍ରୁ ଏଠାରେ।
ଦେଶ ଅନ୍ନ ଖାଇ ସୁବିଧାରେ ରହି ଦେଶ ପାଇଁ ଷଡଯନ୍ତ୍ର
ହାତ ଧରି ଏବେ ସମ୍ପର୍କର ମନ୍ତ୍ରେ
ଦମନଟି ଷଡଯନ୍ତ୍ର।
ସମ୍ପର୍କେ ଜଡ଼ିତ ହୁଅ ରାଷ୍ଟ୍ରବାଦୀ ଶତ୍ରୁ ଦର୍ପ କର ଚୂର୍ଣ୍ଣ,
କର ବହିଷ୍କାର ଶତ୍ରୁ ପରି ଜନ
ବିନାଶ ତାଙ୍କ ସମ୍ପୂର୍ଣ୍ଣ।
ଗୌରବ ବିଶ୍ବରୁ ମିଳୁଛି ରାଷ୍ଟ୍ରକୁ ଗର୍ବିତ ଟି ଦେଶବାସୀ
ଶତ୍ରୁ ତହିଁ ନିତ୍ୟେ ଲାଗି ପଡ଼ି ଅଛି
ରାହୁ ପରି ଏଠି ବସି।
କର ପ୍ରଦାଫାସ ଏପରି ଶତ୍ରୁଙ୍କ ସମ୍ପର୍କର ହାତ ଧରି
ହେବ ବିଶ୍ବଗୁରୁ ତେବେରେ ଭାରତ
ଏକତ୍ରିତ ମନ୍ତ୍ର ଧରି।