STORYMIRROR

Sunanda Mohanty

Romance

1  

Sunanda Mohanty

Romance

ସମ୍ପର୍କ

ସମ୍ପର୍କ

1 min
282

ତମକୁ କହିବାକୁ ଥରେ ମୁଁ କାଇଁ ଡରେ,

କହିବି କହିବି ଝୁରି ମୁଁ ମରେ,

କିଏ ତମେ ବୋଲି ପଚାରିଲେ ଖାଲି,

ଚାହିଁବି ମୁଁ ବୁଲି,


ଅତୀତ ଆସିବ ମାନସପଟରେ.

ହଳଦୀବସନ୍ତ ଗାଉଛି ଗୀତଟେ ସ୍ୱର ଲୟ ତାଳେ ମୂର୍ଚ୍ଛନା ଭରି,

ଡାକ ତା ମତେ ଶୁଭେ ଯେବେ କାନରେ,

ମୁଁ ଭାବେ ତମେ ପଚାରୁଛ ମତେ ତମେ କିଏ ବୋଲି ପୁଣି ଥରେ.

ଫେରିଯିବା ଚାଲ ସେଇ ଆକସ୍ମିକ ସହରେ,

ଯେଉଁଠି ଦେଖା ହୋଇଥିଲା,

କଥା ବଢିଥିଲା ଆମ ଭିତରେ,

ପୋଛି ଦୁର୍ଭାବନା ସାରସ୍ୱତ ମନେ ବଉଳ ବସିବା ପୁଣି ଥରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance