STORYMIRROR

Anupama Sahu

Romance

3  

Anupama Sahu

Romance

ସମ୍ପର୍କ

ସମ୍ପର୍କ

1 min
265


ତୁମର ଆମର ସମ୍ପର୍କ ପାଇଁ ମୁଁ 

ଲେଖୁଛି ନିରୁତା କବିତା,

ତୁମ ପାଇଁ ସିନା ହୃଦ ଆକାଶରେ

ଉଇଁ ଆସେ ସୁଖ ସବିତା ॥୧॥


ତୁମର ଆମର ସମ୍ପର୍କ ତ ଚିର

ସବୁ ଯୁଗେ ଥିବ ସାଇତା,

ରାଧା ସାଜି ନିତି ପୂଜା କରୁଥିବି

ହେବି କଳଙ୍କିନୀ ପତିତା ॥୨॥


ତୁମରି ସମ୍ପର୍କ ହଜାଇଛି ମତେ

ଅଦୃଶ୍ୟ ରଙ୍ଗୀନ ମାୟାରେ ,

ସୁବାସ କୁସୁମେ କବରୀ ସାଜିଛି

ଭିଜିବାକୁ ତୁମ ପ୍ରେମରେ ॥୩॥


ତୁମ ସମ୍ପର୍କର ସୀମାସରହଦ

ଅନନ୍ତ ଅସୀମ ବିଦେହ,

ଅନ୍ତରକାନନ ପାରିଜାତ ଫୁଲ

ଫୁଟି ବାସୁଅଛି ମହମହ ॥୪॥


ସମ୍ପର୍କ ଜୀବନ ତନୁ ଯଉବନ

ସମ୍ପର୍କ ମଳୟ ବାଆ ପରି,

ବିରହି ନାୟିକା ମତୁଆଲା ହୁଏ

ସେ ସମ୍ପର୍କ ନିଶା ପିଇକରି ॥୫॥


ତୁମ ସମ୍ପର୍କର ବୀଣାସୁର ମୋର

ଜୀବନ ଅଭୁଲା ରାଗିଣୀ ,

ତୁମ ସେନେହ ନିକଟେ ପରା ମୁଁ

ଆଜୀବନ ହୋଇଥିବି ଋଣୀ ॥ ୬॥


ତୁମେ ହିଁ ଜାଣିବ ମୁଁ ହିଁ ବୁଝିବି

ସମ୍ପର୍କର ମିଠା ଉଚ୍ଚାରଣ ,

ଅକୁଣ୍ଠ ଚିତ୍ତରେ ତୁମ ନିକଟରେ

କରିଛି ପରା ମୁଁ ସମର୍ପଣ ॥ ୭।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance