ସମ୍ପର୍କ
ସମ୍ପର୍କ


କେତେ ସମ୍ପର୍କ ବଦଳିଯାଏ
ସମୟ ବଦଳି ଗଲେ
କେତେ ସପନ ଅଧୁରା ରହେ
ଅତୀତର ଭାବ ତଳେ ।
କେତେ ସମ୍ପର୍କ ନିବିଡ଼ ହୁଏ
ପ୍ରକାଶି ହୃଦୟ ଭାବ
କେତେ ସମ୍ପର୍କ ବିଲୀନ ହୁଏ
ହୃଦୟରେ ଭରି କ୍ଷୋଭ ।
କେତେ ସମ୍ପର୍କ ଅମର ଅଟେ
ଆସୁଯେତେ ବାଧା ବିଘ୍ନ
କେତେ ସମ୍ପର୍କ ଅବୁଝା ପାଇଁ
କ୍ଷଣକରେ ହୁଏ ଭଗ୍ନ ।
କେତେ ସମ୍ପର୍କ ଆପଣା ଲାଗେ
ନିଜଠୁ ଅଧିକା ବେଶି
କେତେ ସମ୍ପର୍କ ଜହର ଭରେ
ଆପଣା ସହରେ ପଶି ।
କେତେ ସମ୍ପର୍କ ଦୂରେଇ ଦିଏ
ନିଜର ଭାବିଲେ ବସି
କେତେ ସମ୍ପର୍କ ବୁଝଇ କଷ୍ଟ
ମନର ଅଭାବ ଗ୍ରାସି ।
କେତେ ସମ୍ପର୍କ ମିଳେନି ଜମା
ଭୂମିରୁ ଆକାଶ ଖୋଜି
କେତେ ସମ୍ପର୍କ ପାଖରେ ଥାଏ
ପାରେନି ହୃଦୟ ବୁଝି ।।