STORYMIRROR

Basanti Pattnaik

Comedy Inspirational

3  

Basanti Pattnaik

Comedy Inspirational

"ସମ୍ପର୍କ ତ ନାଗଫାଶ"

"ସମ୍ପର୍କ ତ ନାଗଫାଶ"

1 min
180


   ବେଙ୍ଗ କହେ ବେଙ୍ଗୁଲି ଲୋ

ଥେଇ ଥେଇ ନାଚୁଛୁ

     ଦିନ ରାତି କାନରେ କଣ ଗେଞ୍ଜିଛୁ?

    କି କାଳ ହେଲା ଯେ ମୋ କଥା ବୁଝୁନୁ

    ମୋବାଇଲ୍ ଛଡ଼ା ତୁ ଆଉ କିଛି ଦେଖୁନୁ?

    ହାତ ଧରି ଥିଲି ଟିକେ ପାଖରେ ବସିବୁ

    ଟିକେ ହାତ ବାଜିଗଲେ ଚିହିଁକି ଉଠୁଛୁ?

    ଭେଳି ଭେଳିକି ଏତେ ସାଙ୍ଗ କୁଆଡେ ଆଣୁଛ?

    ପଚାରିଲେ କହୁଛ ତୁମେ କଣ ଜାଣିଛ?

    ଫେସବୁକ୍ ସାଙ୍ଗ ତୁମ ବଢ଼ି ବଢ଼ି ଚାଲିଛି

    ଏ ଅଜବ ଦୁନିଆ ରେ ଗଜବ ହେଉଛି

   ତୁମ ବେଶଭୂଷା ଦେଖି ମୁଁ ପୁରା ଘାୟଲ

   ଯିଏ ଦେଖେ ସିଏ କହେ ଏ ଫୁଲ୍ ବୋବାଲ

    ମନଟା ମୋର କଷା କଷା ଲାଗୁଛି

   ସମ୍ପର୍କ ର ମଧୁର ତା ହଜି ତ ଯାଉଛି

   ବେଙ୍ଗ କହେ ବେଙ୍ଗୁଲି ଲୋ ମୋ କତି ଆସୁନୁ

   ସାଙ୍ଗ ସାଥେ ଥେଇ ଥେଇ ତୁ କଣ ଥକୁନୁ?

   ଆମ ପ୍ରେମ ତ ପିତା ପିତା ଲାଗୁଛି

   ସମ୍ପର୍କ ଟାତ ନାଗଫାଶ ଭଳି ମୋତେ ଲାଗୁଛି ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy