ସମ୍ପର୍କ, ଭକ୍ତ ଓ ଧବଳେଶ୍ଵର
ସମ୍ପର୍କ, ଭକ୍ତ ଓ ଧବଳେଶ୍ଵର
ଜଗତ ଈଶ୍ୱର ବାବା ଧବଳେଶ୍ବର
ଅସୀମ ମହିମା ଘେନ ପ୍ରଣତି ମୋର ।
ତୁମକୁ ଡାକିଲେ ଦୁଃଖ ହୁଅଇ ଦୂର
ଆସୁ ଯେତେ ଦାଉ ଧକ୍କା ନଥାଏ ଡର ।
ପୂଣ୍ୟତୋୟା ମହାନଦୀ ଗଣ୍ଡ ଗଭୀର
ମଝିରେ ସେ ବାଲି ପଠା କି ମନୋହର ।
ଘୋର ବନେ ପରିପୂର୍ଣ୍ଣ ଥିଲା ସେ ଭୂଇଁ
ସ୍ବାପଦ ସ°କୁଳ ଭରା, ଥିଲାଟି ସେହି ।
ଶୋଭା ସମ୍ଭାର ରେ ଭରା ଅପୂର୍ବ ସ୍ଥାନ
ପାଦ ଦେଲେ ଯହିଁ ପ୍ରାଣ ହୁଅଇ ଧନ୍ୟ।
ଜଣା ନାହିଁ କାହାର ତ ଏମିତି ନିଷ୍ଠା
ସେ ଘୋରବନେ ତୁମକୁ କଲା ପ୍ରତିଷ୍ଠା !
ଯୁଗ ଆରମ୍ଭରୁ ପ୍ରଭୁ ବସିଛ ତହିଁ
ସାରା ଜଗତକୁ କୃପା ନୟନେ ଚାହିଁ ।
ମହାନଦୀ ଧୁଏ ନିତି ପାଦ ତୁମର
ଅପୂର୍ବ ତୁମରି ପୀଠ ପୁତ ପବିତ୍ର ।
ସାଧୁ ହେଉ ଅବା ସିଏ ହେଉ ତସ୍କର
ଭକତିରେ ଡାକେ ଜିଏ ସୁଦୟା କର ।
ଏମିତି ତ ଚୋର ଟିଏ ଶରଣ ଗଲା
ତା ଡାକରେ ହୃଦ ତୁମ ତରଳି ଗଲା ।
ଧରାପଡିଯିବା ଭୟେ ସେତ ଡାକିଲା
ଦୟା କର ଶିବ ସମ୍ଭୂ କାନ୍ଦି ଗଡିଲା ।
ଚୋରି କରି ଆଣିଥିଲା କଳା ବାଛୁରୀ
ବାଛୁରୀ ମାଲିକ ତାକୁ ଆଣିଲା ଧରି ।
ଅଦ୍ଭୁତ ଘଟଣା ପରା ତହିଁ ଘଟିଲା
କଳା ବାଛୁରୀ ର ରଙ୍ଗ ଧଳା ଦିଶିଲା ।
ପ୍ରଭୁଙ୍କ ଦୟାରୁ ରକ୍ଷା ପାଇଲା ଚୋର
ସେହି ଦିନୁ ପ୍ରଭୁ ହେଲେ ଧବଳେଶ୍ବର ।
ପ୍ରଭୁଙ୍କର ନାମ ସାରା ରାଇଜେ କ୍ଷାତ
ପଶ୍ଚିମାଭିମୂଖି ତାଙ୍କ ମନ୍ଦିର ସେତ ।
ସୋମବାର ଦିନ ପୀଠ ପଡେ ଉଛୁଳି
ପର୍ବ ପର୍ବାଣୀରେ ହୁଏ ଭାରି ଗହଳି ।
ପ୍ରଭୁଙ୍କ ମକର ମେଳା ପରବ ବଡ
ଦେଉଳ ବେଢାରେ ଲାଗେ ପ୍ରବଳ ଭିଡ ।
ଜାଗରରେ ମହାଦୀପ ଦେଖିବା ପାଇଁ
ରାତି ଅଧ ଯାଏ ଭକ୍ତ ରୁହନ୍ତି ଚାହିଁ ।
ଶ୍ରାବଣରେ କାଉଡିଆ କାଉଡି ଧରି
ପାଣି ଢାଳିଥାନ୍ତି ଆସି ଭକତି ଭରି ।
ପ୍ରଭୁଙ୍କର ଭାରି ପ୍ରିୟ ବେଲ ପତର
ସାକରର କନ୍ଦା କାଳି ଗାଈର କ୍ଷୀର ।
ପ୍ରଭୁଙ୍କର ଭାରି ପ୍ରିୟ କାର୍ତ୍ତିକ ମାସ
ଭକତେ ରଖନ୍ତି ବ୍ରତ ଖାଇ ହବିସ ।
ବଡ ଓଷା କରନ୍ତି ତ ଏଇ ମାସରେ
ମାସ ସାରା ରହିଥାନ୍ତି ଭାରି ନିଷ୍ଠାରେ ।
ନ ପାରନ୍ତି ଯାଇ ଯିଏ ଧବଳେଶ୍ବର
ଶିବ ପୂଜିଥାନ୍ତି ଯାଇ ଗାଁଆ ମନ୍ଦିର ।
ଶୁକ୍ଳ ତ୍ରୟୋଦଶୀ ଦିନ ଏକବାର ତ
ବ୍ରତ ଯେ ପାଳନ ଖାଇ ଏକ ବକତ ।
ଶୁକ୍ଳ ଚତୁର୍ଦ୍ଦଶୀ ବଡ ଓଷା ର ଦିନ
ନିର୍ଜଳା ଉପାସ ରହି ଓଷା ପାଳନ ।
ପ୍ରଭୁଙ୍କ ପାଇଁକି ଗଢା ଭୋଗ ସୁନ୍ଦର
ଗଜ ମଣ୍ଢା ଦେଇ ମୁଗ ନଡ଼ିଆ ପୁର ।
ପଞ୍ଚୁକରେ ପାଞ୍ଚ ଦିନ ବିଶେଷ ପୂଜା
ଆସନ୍ତି ଭକତେ ଧାଇଁ ଉଡାଇ ଧ୍ବଜା ।
କାର୍ତ୍ତିକ ପୂର୍ଣ୍ଣମୀ ବଡ ସି°ହାର ବେଶ
ଦର୍ଶନରେ ମିଳିଥାଏ ପୂଣ୍ୟ ଅଶେଷ ।
ଫୁଲରେ ଫୁଲରେ ପ୍ରଭୁ ବେଶ ହୁଅନ୍ତି
ପାପ ନୟନକୁ ମିଳେ ଅପୂର୍ବ ଶାନ୍ତି ।
ପ୍ରଭୁଙ୍କ ଦର୍ଶନ ପାଇଁ ମନ ଚଞ୍ଚଳ
ଭଜନ କିର୍ତ୍ତନେ କମ୍ପେ ସାରା ଅଞ୍ଚଳ।
ଝୁଲା ପୋଲ ଦେଇ ଅବା ନାଆରେ ବସି
ଭକତେ ଲଗାନ୍ତି ଧାଡି ଦେଉଳେ ଆସି ।
ଭକତଙ୍କ ସେହି ଧାଡି ଦୂରରୁ ଦୂର
ସବୁରି ଓଠରେ ଜୟ ଧବଳେଶ୍ବର ।
ଭକତି ଭରେ ଜପିଲେ ଧବଳେଶ୍ବର
ଦୁଃଖ କଷ୍ଟ ଶୋକ ତାପ ହୁଅଇ ଦୂର ।
ଦୟା କଲେ ଦୟାମୟ କରୁଣା ସାଇଁ
ଜୀବନ ଯାତନା ସବୁ ଯାଏ ଉଭେଇ ।
ପ୍ରଭୁଙ୍କର ଧଣ୍ଡା ଆଉ ପାଦୁକ ପାଣି
ସୁଖ ଶାନ୍ତି ଭରିଦିଏ ପରାଣେ ପୁଣି ।
ମହାନଦୀ କରେ ତାଙ୍କ ଗୁଣ କିର୍ତ୍ତନ
ଅଶରଣ ଜନଙ୍କୁ ସେ ଭରଷା ଜାଣ ।
ପ୍ରଭୁଙ୍କ ପାଦରେ ଆସ ଶରଣ ଯିବା
ମହିମାମୟ ଙ୍କ ଗୁଣ ଗାନ କରିବା ।
ମୁକତି ର ମାର୍ଗ ପ୍ରଭୁ ଧବଳେଶ୍ବର
ଦୟା କର ଦୀନଜନେ ଭୋଳା ଶଙ୍କର ।
ଧବଳେଶ୍ବର ହେ ବାବା ଜଗତ ସାଇଁ
ଦୁଃଖୀ ଜନ ବନ୍ଧୁ ତୁମେ ଆହେ ଗୋସାଇଁ ।
କରୁଣା କଣାଏ ତୁମ ପାଇବା ପାଇଁ
ଭକତେ ଆସନ୍ତି ତୁମ ନାମକୁ ଗାଇ ।
ବେଢ଼ା ପରିକ୍ରମା କରି ଜଣାନ୍ତି ଦୁଃଖ
ତୁମ ଦରଶନେ ମିଳେ ଅମାପ ସୁଖ ।
ଅନନ୍ତ ଅସୀମ ତୁମେ ମହିମାମୟ
ପୋଛିଦିଅ ତୁମେ ଭକ୍ତ ଆଖିର ଲୁହ ।
ତୁମେ ନାଆ ତରିବାକୁ ଭବ ସାଗର
ଦୟା କର ଦୀନଜନେ ଭୋଳା ଶଙ୍କର ।
ଧବଳେଶ୍ବର ହେ ବାବା ଜଗତ ସାଇଁ
ଦୁଃଖୀ ଜନ ବନ୍ଧୁ ତୁମେ ଆହେ ଗୋସାଇଁ ।
କରୁଣା କଣାଏ ତୁମ ପାଇବା ପାଇଁ
ଭକତେ ଆସନ୍ତି ତୁମ ନାମକୁ ଗାଇ ।
ବେଢ଼ା ପରିକ୍ରମା କରି ଜଣାନ୍ତି ଦୁଃଖ
ତୁମ ଦରଶନେ ମିଳେ ଅମାପ ସୁଖ ।
ଅନନ୍ତ ଅସୀମ ତୁମେ ମହିମାମୟ
ପୋଛିଦିଅ ତୁମେ ଭକ୍ତ ଆଖିର ଲୁହ ।
ତୁମେ ନାଆ ତରିବାକୁ ଭବ ସାଗର
ଦୟା କର ଦୀନଜନେ ଭୋଳା ଶଙ୍କର।