STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ସମ୍ବଳ

ସମ୍ବଳ

1 min
14.2K


ଦେବୀପ୍ରଭା ରଥ


ତୁମ ପାଇଁ ଲୋଡା ନାହିଁ ଦୁଇ ମୁଠା ରିଲିଫ୍ ଚାଉଳ

ଅବା ଦୁଇ ପଦ ଆହା ଉହୁ ସାନ୍ତ୍ଵନାର ଭାଷା

ତୁମ ପାଇଁ ଲୋଡା ଖାଲି ବୁକୁ ଭରା ଧୈର୍ଯ୍ୟ

ତୁମେ ଖାଲି ତୁମରି ଭରସା

ତୁମ ପାଇଁ ଆଶୀର୍ବାଦ ନାହିଁ

ନାହିଁ ତୁମ ଆକାଶ ପାତାଳ

ତୁମେ ହୁଅ ବଜ୍ର ସମ ଶକ୍ତ

ଅହୋରାତ୍ର ସର୍ବହରା ଦଳ

ହଜିଗଲା ସ୍ନେହ ପ୍ରୀତି

ନିଗଡ ବନ୍ଧନ

ସେ ପ୍ରଳୟର ତାଣ୍ଡବର କୋଳେ

ଆଉ ତାରେ ପାଇବାନି ଫେରି

ଯୁଗେ ଯୁଗେ କୋଟି ପୁଣ୍ୟ କଲି

ତୁମ ଲାଗି ଅଶୃ ଅବା

ବେଦନା ଦେବାକୁ

ମୁଁ ନୁହେଁ ଭାଜନ

ତୁମେ ସବୁ ବଞ୍ଚିବାର ଲାଗି

ଅଯୁତ ଅନ୍ତରୁ ଖାଲି

ଧୈର୍ଯ୍ୟ ଶକ୍ତି ଘେନି

ସିଏ ଖାଲି ତୁମର ସମ୍ବଳ

ଆଉ କିଛି ଫେରିବନି

ଘେନି ଗଲା ଯା’ରେ ମହାକାଳ

ଫେରିବନି ହଜିଗଲା ପୁତ

ଏ କଥା କହିବ ଧିରେ

ମହାକାଳ ପାଶେ

ତୁମେ ସମ୍ବତ୍ସର ଦୂତ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics