STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ସଲାମ

ସଲାମ

1 min
188


ଦେଶର ସୁରକ୍ଷା ପଥେ ଯେତେ ଗାଡ଼ 

ବୀର ଶହୀଦ ଦେଇଛ ତୁମ ମାଂସ ହାଡ଼ 

ଜୟ ଜବାନ ଜୟ ବୀର ଶହୀଦ ଭାଇ 

ରକ୍ତ ନିଗାଡ଼ି ମାଟି ମାଆକୁ ଗଲ ବଞ୍ଚାଇ 


ତୁମକୁ ଜନ୍ମ ଦେଇ ଧନ୍ୟ ସେ ବୀରା ମାଆ 

ତୁମ ଆଶା ଆକାଂକ୍ଷା ଯାହା ବହୁଥାଏ ବାଆ 

କହେ ଉଠ ଉଠ ସମସ୍ତ ଉତ୍କଳର ସନ୍ତାନ 

ଦେଶର ଗୌରବ ପାଇଁ କି ଦେବାକୁ ଜୀବନ 


ଆଉ ଦୁଇ ଘଡି ବଞ୍ଚିଯିବା ପାଇଁ ଥିଲା ସାହସ 

 ଦେଶମାତୃକା ପାଇଁ ଦେଲ ଜୀବନ ଅବଶ୍ୟ 

ଭୁଲି ସଂସାର ପରିବାର ହେଲ ଶହୀଦ ବୀର 

ଅମର ହୋଇଲ ଡେଇଁ ତିନି ଲକ୍ଷ୍ମଣ ଗାର 


ତୁମ ମର ଶରୀରେ ଦେଇ ଜାତୀୟପତାକା

କୋଟିସଲାମ ମହାନାୟକ କଲ ଦେଶରକ୍ଷା 

ତୁମ ଜନମ ତିଥି ବେଳା କେଡେ ପବିତ୍ର 

ଦେଇ ପ୍ରାଣବଳୀ ଶହୀଦ ଲଭିଲ ଅମରତ୍ୱ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational