Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ସଇନିକଟେ ହେବି ( ଶିଶୁକବିତା )

ସଇନିକଟେ ହେବି ( ଶିଶୁକବିତା )

1 min
6.7K


ମାଆ ଓ ମାଉସୀ    ପିଠି ମୋ ଆଉଁସି

ଆଦର କରିଲେ କେତେ

ମନ ଦେଇ ପାଠ     ପଢି ଭଲ ଚାଟ

ହେବାକୁ ବୁଝାଇ ଯେତେ ।

ପିଲାଳିଆ ଖେଳ     ଛାଡି ଏହି ବେଳ

ପଢାରେ ଲଗାଇ ଦେଲେ

ଭଲ ନାମନିଆ      ମଣିଷରେ ଠିଆ

ହେବି କାଳେ ବଡ ହେଲେ ।

ବାପା ମୋର ଆସି   ମିଠା କଥା ଭାଷି

କରିନେଇ ମୋତେ କୋଳ

କହୁଥିଲେ ଧୀରେ    ହାତ ରଖି ଶିରେ

ଚଳିବ କି ହେଲେ ଭୋଳ ।

ଉଚ୍ଚପଦେ ଭାରୀ    କରିଲେ ଚାକିରୀ

ସୁଖରେ ରହିବି ବୋଲି

ପାଠପଢା ମୋର    କରିବାକୁ ଜୋର

କହିଦେଲେ ମନ ଖୋଲି ।

ମନ ଆଣ୍ଟ କରି      ବାପା ହାତ ଧରି

ବିନୟେ କହିଲି ଭାଳି

ଡାକତର ଅବା       ଅଫିସର ହବା

ଯଥେଷ୍ଟ ନୁହେଁ ତ ଖାଲି ।

ନମଇ ସେ ପଦେ    ବିପଦେ ଆପଦେ

ଦେଶକୁ ଜଗିଛି ଯିଏ

ସୁଖରେ ସରବେ     ରହିଛେ ଗରବେ

ଏକଥା ବୁଝେ ବା କିଏ ?

ଭାରତ ମାଆର      ଉଚ୍ଚାରି ନାଆଁର

କରୁଥିବି ଜୟ ଜୟ

ଅଖଣ୍ଡ ମୋ ଦେଶେ   ସଇନିକ ବେଶେ

ଦୂର କରୁଥିବି ଭୟ ।

କମାଣ୍ଡର ସାଥେ   ବନ୍ଧୁକ ମୋ ହାତେ

ଧରିବି ଲଢିବା ପାଇଁ

ଲଢିଲେ ଯତନେ     ଶତ୍ରୁଙ୍କ ପତନେ

ଜଗତେ ସୁଯଶ ପାଇ ।

ଜୀବନରେ ଯଦି     ବାହି ରକ୍ତ ନଦୀ

ମରେ ମୋର ଦେଶ ପ୍ରୀତେ

ନ ଗଡାଇ ଲୁହ     ବୀରଦର୍ପେ କୁହ

ଅମର ଯବାନ ହିତେ ।

ଛଳଛଳ ହୋଇ   ମୁଣ୍ଡେ ହାତ ଥୋଇ

କହିଲେ ଆଶିଷ ବାଣୀ

ତୋ ପରି ସନ୍ତାନ   ପାଇ ମୋ ମଥାନ

ଉଚ୍ଚା ଥିବ ଗଲି ଜାଣି ।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational