STORYMIRROR

sudhakar sethi

Tragedy

3  

sudhakar sethi

Tragedy

ସିଏ ତ ପାଗଳୀ ଆଉ ଆମେ.....

ସିଏ ତ ପାଗଳୀ ଆଉ ଆମେ.....

1 min
11.8K

ଲୋଲୁପ ଆଖିର ଭିଡ଼ ଭିତରେ

ଵିଳପେ ମୋ ମାତୃତ୍ଵ 

କେମିତି କହିଵି କିଏ ଵୁଝିବ

ହେଵି କେମିତି ସୁରକ୍ଷିତ l


ରାସ୍ତା କଡ଼ରେ ମୁଁ

ଦେହ ଅଵସ ରକ୍ତରେ ଜଡ଼ିତ

ଗର୍ଭ ଯନ୍ତ୍ରଣାରେ ମୁଁ

ରାସ୍ତା କଡ଼ରେ ମୁଁ l


କିଏ କହୁଛି ମୋତେ ପାଗଳୀ

କିଏ କହୁଛି ବିଟପୀ

ଶରୀର ଯାତନା ଗର୍ଭଯାତନା 

ସହିଵି ମୁଁ କେମିତି l


ସତରେ କଣ ମୁଁ ପାଗଳୀ

ମୋ ଉପରେ କିଛିତ ଵିତିଛି 

ଜଙ୍ଗଲ ଵନିଛି ମୋ ପାଇଁ ସମାଜ

ରାସ୍ତା କଡ଼ରେ ପଡ଼ିଛି

ମୁଁ ରାସ୍ତା କଡ଼ରେ ପଡ଼ିଛି ।


ଗର୍ଭଯନ୍ତ୍ରଣାରେ ଜର୍ଜରିତ ଵଦନ

ରକ୍ଷାକର ରକ୍ଷାକର ଆକୁଳେ କ୍ରନ୍ଦନ

ଚାରିପାଖେ ଭିଡତ ଵଢି ଚାଲିଛି

ମୁଁ ରାସ୍ତା କଡ଼ରେ ପଡ଼ିଛି l



Rate this content
Log in

Similar oriya poem from Tragedy