STORYMIRROR

Biswajit Rath

Tragedy Inspirational

3  

Biswajit Rath

Tragedy Inspirational

ଶୂନ୍ୟରୁ ଆରମ୍ଭ

ଶୂନ୍ୟରୁ ଆରମ୍ଭ

1 min
259

ଅବୁଝା ମନକୁ ପ୍ରଶ୍ନ କାରାଗାରେ

କରି ରଖିଛି ମୁଁ ବନ୍ଦୀ, 

ଉତ୍ତର ଜାଣିବି ଆଜି ନିରୁତ୍ତର

ନିଶ୍ୱାସ ଦଉଛି ରୁନ୍ଧି।

ପରିଚିତ ହୋଇ ସାଙ୍ଗେ ରହିଥିଲେ

ଆଜି ଯେ ଅପରିଚିତ,

ହାତ ଧରି ଯିଏ ବାଟ ଚାଲୁଥିଲେ

ଆଜି କରିଲେ ଅତୀତ। 

କାହାକୁ ନିଜର ମନର ବେଦନା 

ଜଣାଇବି ମୋତେ କୁହ, 

କିଏ ଏ ଯନ୍ତ୍ରଣା ଶୁଣିବ, ବୁଝିବ

କିଏ ପୋଛି ଦେବ ଲୁହ ? 

ଭୋକର ଦାଉରେ ପେଟ ପୋଡ଼ିଗଲେ

କିଏ ଦେବ ମୁଖେ ଅନ୍ନ ? 

କାହାକୁ ଶୁଭିବ ମୋ ଆର୍ତ୍ତ ଚିତ୍କାର

କେ ଅବା ପାତିବ କର୍ଣ୍ଣ ? 

ନିଜର ବୋଲି ମୁଁ କାହାକୁ କହିବି

କିଏ ହେବ ପାଖେ ଠିଆ, 

ଉତ୍ତାଳ ତରଙ୍ଗେ ବାଟ ଭୁଲିଗଲେ

କିଏ ବାହି ଦେବ ନାଆ ? 

ଥକି ନାହିଁ ପାଦ ଯେତେ ପରିଯନ୍ତେ

ସଂଘର୍ଷ ରହିବ ଜାରି,

ଶୂନ୍ୟରୁ ଆରମ୍ଭି ଥିଲା ଏ ଜୀବନ

ଶୂନ୍ୟେ ଯିବ ଦିନେ ସରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy