STORYMIRROR

Biswajit Rath

Romance Fantasy Others

3  

Biswajit Rath

Romance Fantasy Others

ପ୍ରେମ ନା

ପ୍ରେମ ନା

1 min
168

ବଞ୍ଚିବା ମରିବା ଏକା ଲାଗେ ଏବେ

ପ୍ରିୟା ତୋ ବିନା ସଂସାରେ,

ମିଛ ପ୍ରମାଣିତ ହେଲା ପ୍ରେମ ତୋର

ମୋ ମନ ମତେ ପଚାରେ। 


କେତେ ଯେ ସପନ ରାତି ରାତି ଚେଇଁ

ଦେଖିଥିଲେ ମିଶି ଦୁହେଁ,

ପାଣି ଫୋଟକା ସେ ମିଳିଗଲା କେଉଁ

ଅଦିନିଆ ବର୍ଷା ମୁହେଁ। 


ଦିନଥିଲା ଯେବେ ମୋ ହାତ ଧରି 

ଚାଲୁଥିଲୁ ହସି ହସି,

ଲାଜୁଆ ଆଖିରେ ତୋ ପ୍ରେମ କାହାଣୀ 

କହୁଥିଲୁ ପାଖେ ବସି।  


ମୋ ବିନା ବଞ୍ଚିବା ମରିବା ସଦୃଶ୍ୟ

କହିଥିଲୁ ଏଇ କଥା, 

କେମିତି ସାଜିଲୁ ଏଡେ ନିଷ୍ଠୁର ତୁ

ଘୂରିଯାଏ ଭାବି ମଥା। 


ନିଜଠାରୁ ବେଶୀ ଭଲ ପାଉ ବୋଲି

କହିଥିଲୁ ରାଣ ଖାଇ, 

ଛଳନା ଥିଲା ନା, ଭୂଲ୍ ଶୁଣିଥିଲି 

ଅଛି ପ୍ରଶ୍ନବାଚୀ ହୋଇ। 


ପଥର ଭାବି ତୁ ପାଦେ ଆଡେଇଲୁ

ହେଲାନାହିଁ ବେଶୀ କଷ୍ଟ,

ଅବୁଝା ମନକୁ ବୁଝାଇ ମୁଁ ଦେଲି

କହି ପ୍ରିୟା ମୋର ଦୁଷ୍ଟ।


ଜୀବନରେ କେବେ ସମୟ ମିଳିଲେ

ଭାବିବୁ ଏକାନ୍ତେ ବସି,

ପ୍ରେମ କ'ଣ ମୋର ଥିଲା ମୂଲ୍ୟହୀନ

ଛାଡ଼ି ଚାଲିଗଲୁ ହସି।


ପ୍ରେମ ନୁହେଁ ବୁଜା ଆଖିର ସପନ

ଭାଙ୍ଗିଯିବ ଚାହୁଁ ଚାହୁଁ, 

ପ୍ରେମ ଚିରନ୍ତନ, ଆତ୍ମାର ମିଳନ

ଏକଥା ଜାଣିବୁ କାହୁଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance