STORYMIRROR

Biswajit Rath

Inspirational Others

4  

Biswajit Rath

Inspirational Others

ସଂଜ୍ଞାହୀନ ଶବ୍ଦ - 'ବାପା '

ସଂଜ୍ଞାହୀନ ଶବ୍ଦ - 'ବାପା '

1 min
299

କବିତା ଅନେକ ଲେଖା ହୋଇଅଛି

ମା' ପ୍ରେମ ବର୍ଣ୍ଣନା କରି, 

ବାପର ପ୍ରେମକୁ କି ଅବା ଜଗତ

ଦେଲାଣି ମନୁ ପାସୋରି।


ଯାହାର ନାମରେ ହେଲେ ପରିଚିତ

ଯା ଲାଗି ଚାଲିଲେ ବାଟ,

ଯା କାନ୍ଧରେ ବସି ଦେଖିଲେ ଦୁନିଆଁ

କଲେ ଯେ ଅଳି ଅଝଟ। 


ଯାହା ଛତ୍ରଛାୟା ତଳେ ରହି ନିଜ

ସପନ କରିଲେ ପୁରା,

ଯା'ର ଆଶୀର୍ବାଦେ ଜିଣିଲେ ଜଗତ 

ଗର୍ବିତ ସାରା ଧରା।


କେତେ ଝଡ଼ବାତ୍ୟା ସହିଛି ଯେ ନିଜ

ଆତ୍ମୀୟ ସ୍ଵଜନ ପାଇଁ,

ହରାଇନି କେବେ ନିଜ ସ୍ୱାଭିମାନ 

ନତମସ୍ତକ ହୋଇ।  


ଦୁଃଖ, କଷ୍ଟ, ଆଉ ଅଭାବେ ରହିବି

ତିଳେ ନୁହେଁ ବିଚଳିତ, 

ସବୁ ସମୟରେ ତତ୍ପର ସିଏ

କରେ ସଭିଙ୍କର ହିତ। 


ମନର ବ୍ୟଥାକୁ ମନରେ ସାଇତେ 

କରେନା କା ଆଗେ ବ୍ୟକ୍ତ,

ନିଜ ଲୁହ ସବୁ ଛାତିରେ ଜାବୁଡ଼ି 

ଉତଫୁଲ୍ଲିତ  ଯାର ଚିତ୍ତ।


କେତେ ବାଧାବିଘ୍ନ କେତେ ଯେ ଯନ୍ତ୍ରଣା

ସବୁ ସହେ ମଥା ପାତି,

କର୍ତ୍ତବ୍ୟ ପଥରେ ସଦା ନିଷ୍ଠାପର

ଦିନ ହେଉ ଅବା ରାତି। 


ତ୍ୟାଗ, ବଳିଦାନ, ସ୍ନେହ ଓ ପ୍ରେମରେ

ଅଦ୍ୱିତୀୟ ଯାର ରୂପ,

ଜଗତରେ ଶ୍ରେଷ୍ଠ ଚେହେରା ଚର୍ଚ୍ଚିତ

ନାଁଟି ତାହାର 'ବାପ'।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational